କଟକ ଜିଲ୍ଲାର ସାଲେପୁର ବ୍ଲକ ହରିଚନ୍ଦନପୁର ଠାରେ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଓ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ଙ୍କ ଦ୍ଵାରା ମହାନଦୀ- ଚିତ୍ରୋପଳା ଦ୍ୱିପାଞ୍ଚଳ ରେ ଏସିଆ ମହାଦେଶ ର ସର୍ବବୃହତ୍ ସାଇଫନ ଓ ସେତୁର ଶିଳାନ୍ୟାଶ ହୋଇଥିଲା। ଏହା ସମ୍ଭବପର ହୋଇଥିଲା ମହାନଦୀ-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ବୁଦ୍ଧିଯିବିମାନଙ୍କ ପାଇଁ। ମହାନଦୀ-ଚିତ୍ରୋତ୍ପଳା ସାଇଫନ ସେତୁ ଆନ୍ଦୋଳନ ମାଧ୍ୟମରେ ଦ୍ୱିପାଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ଏହା ଦୀର୍ଘ ୭ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ବାସ୍ତବିକ ଏହା ପରିତାପର ବିଷୟ ଯେଉଁ ମୌଳିକ ଲକ୍ଷ୍ୟନେଇ ଦ୍ଵିପାଞ୍ଚଳର ଚାଷୀଙ୍କ ଚାଷ ଜମିକୁ ଜଳସେଚନ କରିବା ପାଇଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ନିର୍ମାଣ ହୋଇଥିଲା ସେହି ତଳଅଞ୍ଚଳକୁ ସଠିକ୍ ଜଳ ପହଁଚିପାରୁନାହଁ। ଏହି ସେତୁକୁ ସଂଯୁକ୍ତ କରୁଥିବା ଦକ୍ଷିଣ ନଦୀ ବନ୍ଧରାସ୍ତା ମୃକୁଣ୍ଡି ଠାରୁ ସାନ୍ତପୁର ଓ ଉତ୍ତର ନଦୀବନ୍ଧ ରାସ୍ତା ମୃକୁଣ୍ଡି ଠାରୁ ତାରପୁର ପର୍ଯ୍ୟନ୍ତ ପାଲଟିଛି ମରଣଯନ୍ତା। ଏହି ରାସ୍ତାର ନିର୍ମାଣ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁ। ଆମ୍ବୁଲାନ୍ସ ଓ ଅଗ୍ନିସମ ଗାଡି ଜାତାୟତ ପାଇଁ ବାଧାସୃଷ୍ଟି ହେଉଛି। ସାଲେପୁର ଓ କଟକ ସଦର ନିର୍ବାଚନ ମଣ୍ଡଳୀ ମଧ୍ୟରେ କେତେକ ପଂଚାୟତ ଯାଉଥିବାରୁ ରାଜନେତାମାନେ ଗୁରୁତ୍ୱ ଦେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନଦୀବନ୍ଧ ରେ ମାତ୍ରାଧିକ ବାଲି ବୋଝେଇ ଟ୍ରକ, ଡମ୍ଫର, ଟ୍ରାକ୍ଟର ଗୁଡିକ ଅବାଧରେ ଯାତାୟାତ କରିବା ଯୋଗୁଁ ଦୀର୍ଘବର୍ଷ ହେବ ଏହି ରାସ୍ତାଟି ନଷ୍ଟ ଖରାପ ହୋଇ ପଡିଛି ସେଥିପାଇଁ ନିଦ ଭାଙ୍ଗୁନି ପ୍ରଶାସନର । କଦର୍ଯ୍ୟ ନଦୀବନ୍ଧ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ରାସ୍ତା ପାଇଁ ଲୋକେ ନାହିଁନଥିବା ସମସ୍ୟା ଭୋଗିବା ସହ ଗ୍ରାମାଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଯଦି ପ୍ରଶାସନ ଏନେଇ କୌଣସି ଦୃଷ୍ଟି ନଦିଅନ୍ତି ତାହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବେବୋଲି ଦ୍ୱିପାଞ୍ଚଳର ଜନସାଧାରଣ ଚେତାବନୀ ଦେଉଛନ୍ତି ।