ଏଣିକି ଓଡ଼ିଆରେ ଚାର୍ଜସିଟ୍ ଲେଖିପାରିବେ ପୋଲିସ୍ ଅଫିସର, କୋର୍ଟରେ ମଧ୍ୟ ଗ୍ରହଣୀୟ ହେବ ଓଡ଼ିଆ ଭାଷା l ଏଣିକି ଓଡ଼ିଆରେ ଚାର୍ଜସିଟ୍ ଲେଖିପାରିବେ ପୋଲିସ୍ ଅଫିସର । କୋର୍ଟରେ ମଧ୍ୟ ଓଡ଼ିଆ ଭାଷା ଗ୍ରହଣୀୟ ହେବ । ଭୁଲ ଇଂରାଜୀ ନଲେଖି ଓଡ଼ିଆରେ ଚାର୍ଜସିଟ୍ ଲେଖିବାକୁ ସରକୁଲାର ଜାରି କରିଛନ୍ତି ପୋଲିସ୍ ଡିଜି ଅଭୟ । ତଦନ୍ତକାରୀ ଅଧିକାରିଙ୍କ ଭୁଲ ଇଂରାଜୀ ଯୋଗୁ କୋର୍ଟରେ ଅପରାଧି ଅଦାଲତରେ ଖସି ଯିବାକୁ ସକ୍ଷମ ହେଉଥିଲା । ଚାର୍ଜସିଟ ସିସିଟିଏନଏସ ବା କ୍ରାଇମ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ ମାଧ୍ୟମରେ ଦାଖଲ ହେଉଥିବା ବେଳେ ଏ ସମ୍ପର୍କରେ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।
ସାକ୍ଷୀ ମାନଙ୍କ ବୟାନ ରେକର୍ଡ, ଜିମାନାମା, ପ୍ରମାଣ ସଂଗ୍ରହ ସମୟରେ ନିଆଯାଉଥିବା ବୟାନ ଓ ମୃତଦେହର ପଞ୍ଚନାମାକୁ ଅଧିକାଂଶ ପୋଲିସ ଅଫିସର ଓଡ଼ିଆରେ ପ୍ରସ୍ତୁତ କରୁଥିବା ବେଳେ କେସ ଡ଼ାଏରି ଓ ଚାର୍ଜସିଟ ପ୍ରସ୍ତୁତ ବେଳେ ଇଂରାଜୀ ଭାଷା ବ୍ୟବହାର ନକରି ଓଡ଼ିଆରେ କରି ପାରିବେ ବୋଲି କୁହାଯାଇଛି ।