ଗୋଆର ଏକ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିକୁ । ମମତା କହିଛନ୍ତି ନିର୍ବାଚନ ଆସିବା ମାତ୍ରେ ବିଜେପି ନେତାମାନେ ଗଙ୍ଗାରେ ବୁଡ଼ ପକାଉଛନ୍ତି । ନିର୍ବାଚନ ସରିଗଲା ପରେ ସେମାନେ ଗଙ୍ଗାକୁ ଭୁଲିଯାଆନ୍ତି | ଏପରିକି କୁଢ଼ କୁଢ଼ ମୃତଦେହଗୁଡିକୁ ଗଙ୍ଗାରେ ଫିଙ୍ଗି ଦିଆଯାଇଥାଏ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତ ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି | ଏଥିସହ ସେ ତାଙ୍କ ଦଳର ନାମକୁ ଏକ ନୂଆ ନାମ ଦେଇଛନ୍ତି। ଗୋଆର ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି ଯେ ଟିଏମସିର ଅର୍ଥ ହେଉଛି ମନ୍ଦିର(Temple), ମସଜିଦ (Mosque), ଚର୍ଚ୍ଚ (Church)। ଟିଏମସି ବର୍ତ୍ତମାନ ବିଜେପିର ଏକ ବିକଳ୍ପ। ବାସ୍ତବରେ, ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପରଠାରୁ ମମତା ବାନାର୍ଜୀ ଧାର୍ମିକ ଏକତାର ରାଜନୀତିକୁ ଗୁରୁତ୍ୱ ଦେଉଛନ୍ତି। ବଙ୍ଗଳା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମମତା ନିଜକୁ ତଥା ଦଳକୁ ଧର୍ମନିରପେକ୍ଷ ବୋଲି ପ୍ରମାଣ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ।ଏଥିପାଇଁ ମମତା ନନ୍ଦିଗ୍ରାମରେ ଥିବା ବିଭିର୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କ ପୂଜାର୍ଚନା କରିଥିଲେ | କାରଣ ଏହା ପୂର୍ବରୁ ମମତା ଏବଂ ଟିଏମସି ଉପରେ ମୁସଲିମ ସଂତୁଷ୍ଟିକରଣର ରାଜନୀତିକା ଅଭିଯୋଗ ଆସିଥିଲା ।