ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଅଡୁଆ ବଢିଯାଇଛି । ଏହି ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟିର ସୁପାରିସ କ୍ରମେ ଆଶିଷ ମିଶ୍ରଙ୍କ ସମେତ 13 ଅଭିଯୁକ୍ତଙ୍କ ଉପରେ ଧାରା 307 ଲାଗୁ କରିବାକୁ ସିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ଆଶିଷଙ୍କୁ ହତ୍ୟା ଉଦ୍ୟମର ଧାରା (307) ଅନୁଯାୟୀ ଅନୁସନ୍ଧାନ କରାଯିବାକୁ କୋର୍ଟ ଦେଇଛନ୍ତି ନିର୍ଦେଶ | ଲଖିମପୁର ସିଜେଏମ୍ କୋର୍ଟ ସେମାନଙ୍କ ଉପରେ ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ନିର୍ଦେଶ ଦେଇଛନ୍ତି । ଯଦି ଏହି ମାମଲାରେ ଆଶିଷ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ଲକ୍ଷ୍ମୀପୁର ଚାଷୀ ହିଂସାକାଣ୍ଡକୁ ଏକ ପୂର୍ବ କଳ୍ପିତ ଷଡଯନ୍ତ୍ର ବୋଲି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଦାଖଲ କରିଥିବା ଲିଖିତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏସଆଇଟି ଅନୁଯାୟୀ ଆଶିଷଙ୍କ ସମେତ ଅନେକ ଲୋକ ଏହି ଅପରାଧିକ ଘଟଣାରେ ସମ୍ପୃକ୍ତ ଥିଲେ। ଏ ପରିସ୍ଥିତିରେ ଏସଆଇଟିର ଏ ବୟାନ ଏବେ କେନ୍ଦ୍ର ସରକାରଙ୍କୁ ନେଇ କାଠଗଡ଼ାରେ ଛିଡ଼ା କରାଇ ଦେଇଛି।
ସୂଚନାଯୋଗ୍ୟ, ୨୦୧୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଗାଡି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ପାଞ୍ଚ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।