ଭାରତର ହରନାଜ କୌର ସନ୍ଧୁ ମିସ୍ ୟୁନିଭର୍ସ । ୨୧ ବର୍ଷୀୟ ପଞ୍ଜାବର ଝିଅ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ । ୭୦ତମ ମିସ୍ ୟୁନିଭର୍ସ ଭାବେ ମନୋନୀତ ହୋଇଛନ୍ତି ହରନାଜ । ଏଥିସହ ୨୧ ବର୍ଷ ପରେ ସେ ଏହି ଟାଇଟଲ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି । ମିସ୍ ପାରାଗୁଏ ଏବଂ ମିସ୍ ସାଉଥ ଆଫ୍ରିକାଙ୍କୁ ହରାଇ ଶେଷରେ ହରନାଜ୍ ଏହି ମୁକୁଟ ପିନ୍ଧିଛନ୍ତି । ୨୧ ବର୍ଷ ପୂର୍ବେ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ । ଏହା ପୂର୍ବରୁ ୧୯୯୪ ମସିହାରେ ସୁସ୍ମିତା ସେନ୍ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ । ହରନାଜ ତୃତୀୟ ଭାରତୀୟ ଯୁବତୀ ଭାବରେ ଏହି ଟାଇଟଲ ହାସଲ କରିଛନ୍ତି । ୭୦ତମ ମିସ୍ ୟୁନିଭର୍ସ କାର୍ଯ୍ୟକ୍ରମ ଚଳିତବର୍ଷ ଇସ୍ରାଏଲରେ ଅନୁଷ୍ଠିତ ହୋଇଛି । ପଞ୍ଜାବର ଚଣ୍ଡିଗଡ଼ରେ ରୁହନ୍ତି ହରନାଜ କୌର ସନ୍ଧୁ । ଚଣ୍ଡିଗଡର ଏକ ଶିଖ ପରିବାରରେ ତାଙ୍କର ଜନ୍ମ । ହରନାଜ ପେଶାର ଜଣେ ମଡେଲ୍ ।