ଭାରତର ଜଣେ ସର୍ବୋଚ୍ଚ ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳକୁ ପ୍ରତିଫଳିତ କରିବ ନାହିଁ। ଫେବୃଆରୀରେ ହେବାକୁ ଥିବା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନ ଉପରେ କି ପ୍ରଭାବ ପକାଇବ ବୋଲି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଶାନ୍ତ କିଶୋରଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ, ଜନତାଙ୍କୁ ପ୍ରଭାବିତ କରୁଥିବା ଚେହେରା ଯିଏ ହୁଅନ୍ତୁ ନା କାହିଁକି, ଏପରିକି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ଯେତେ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଏହାର କୌଣସି ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡିବ ନାହିଁ । ତାମିଲନାଡୁରେ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ବିଜୟର ପଛରେ ଥିବା କିଶୋର କହିଛନ୍ତି ଯେ, ୟୁପି ବିଧାନସଭା ନିର୍ବାଚନର ଫଳାଫଳର ପ୍ରଭାବ ଜରୁରୀ ନୁହେଁ ଯେ ତାହା ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡିବ, ସେତେବେଳେ କ’ଣ ଘଟିବ ଏବେଠାରୁ ଅନୁମାନ କରାଯାଇପାରିବ ନାହିଁ । ଅନେକ ଲୋକ ଭାବୁଛନ୍ତି, ୟୁପି ବିଧାନସଭା ନିର୍ବାଚନର ଫଳାଫଳ ଯାହା ହେବ ତାହା ୨୦୨୪ ସାଧାରଣ ନିର୍ବାଚନର ଚିତ୍ର ସ୍ଥିର କରିବ | କିନ୍ତୁ କିଛି ତଥ୍ୟ ସହିତ ମୁଁ ଏହାକୁ କାଉଣ୍ଟର କରିବି | ୨୦୧୨ ରେ, ଉତ୍ତରପ୍ରଦେଶରେ ବିଜେପି 3 କିମ୍ବା 4 ନମ୍ବର ଦଳ ଥିଲା। ସେତେବେଳେ ସମାଜବାଦୀ ପାର୍ଟି ଦଳ ରାଜ୍ୟରେ ବହୁମତ ହାସଲ କରି ବିଜୟୀ ହୋଇଥିଲା, କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡି ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଆହୁରି ମଧ୍ୟ ସେ କହିଥିଲେ, ଯଦି ଏହା ସତ ଥିଲା, ତେବେ ଆପଣ କାହିଁକି ଭାବୁଛନ୍ତି ଯେ, ୨୦୨ ୨ ରେ ଯାହା ଘଟିବ ତାହା ୨୦୨୪ ରେ ପୁନରାବୃତି ହେବ ? ୨୦୨ ୨ ୟୁପି ବିଧାନସଭା ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନର ସେମିଫାଇନାଲ ନୁହେଁ | ୨୦୨୪ ପୂର୍ବରୁ ଆହୁରି ଅନେକ ରାଜ୍ୟରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି।