ଜଣେ ଭକ୍ତ ୩ କୋଟି ମୂଲ୍ୟର ସୁନାଅଳଙ୍କାର ମନ୍ଦିରକୁ ଦାନ କରିଛନ୍ତି | ତିରୁମାଲାର ପ୍ରାଚୀନ ପାହାଡରେ ଅଧିଷ୍ଠିତ ଦେବତା ଭେଙ୍କଟେଶ୍ବରଙ୍କ ହାତ ପାପୁଲିକୁ ସୁସଜ୍ଜିତ କରିବା ପାଇଁ ସୁନାରେ ନିର୍ମିତ ଦୁଇଟି ଗ୍ଲୋଭସ୍ ମନ୍ଦିର କମିଟିକୁ ଦାନ କରିଛନ୍ତି |ଏହି ସୁନା ଗ୍ଲୋବ୍ସର ଓଜନ ପ୍ରାୟ 5.3 କିଲୋଗ୍ରାମ ଏବଂ ଏହାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି | ତେବେ ତାଙ୍କ ନାମ ଗୁପ୍ତ ରଖିବାକୁ ସେ ଅନୁରୋଧ କରିଛନ୍ତି |
ମନ୍ଦିର କମିଟିର ଜଣେ ଅଧିକାରୀ କହିଛନ୍ତି ଯେ, ତିରୁମାଲା ତିରୁପତି ଦେବସ୍ତାନାମ (ଟିଟିଡି)ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ଭେଙ୍କଟା ଧର୍ମ ରେଡ୍ଡୀଙ୍କୁ ତିରୁମାଲାରେ ରହୁଥିବା ଏକ ପରିବାର ଏହି ଗ୍ଲୋଭସ୍ ହସ୍ତାନ୍ତର କରିଛନ୍ତି | ଏହି ସୁନା ଅଳଙ୍କାରଗୁଡ଼ିକ ପ୍ରଭୁ ଭେଙ୍କଟେଶ୍ବରଙ୍କୁ ପିନ୍ଧାଯିବ | ମନ୍ଦିର ଅଧିକାରୀ କହିଛନ୍ତି ଯେ, ଦାନ କରିଥିବା ଭକ୍ତଙ୍କ ପରିବାର ଗତ 50 ବର୍ଷ ଧରି ତିରୁମାଲା ମନ୍ଦିରରେ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ପୂଜା କରିଆସୁଛନ୍ତି। ଗତ ବର୍ଷ କରୋନା ମହାମାରୀ ହେତୁ ମନ୍ଦିରରେ ଭକ୍ତଙ୍କ ଆଗମନ ଏବଂ ଦର୍ଶନ ନିଷେଧ ହେବା ସହିତ ସେମାନେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ଜଲ୍ଦି ଆରୋଗ୍ୟ ଲାଭ ପାଇଁ ସେ ତିରୁପତି ବାଲାଜୀ ମନ୍ଦିରରେ ମାନସିକ କରିଥିଲେ | ତାଙ୍କ ମାନସିକ ପୂରଣ ହୋଇଥିବାରୁ ସେ ଠାକୁରଙ୍କୁ ଏହି ଦାନ କରିଥିବା କହିଛନ୍ତି।