ଆଜି ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଗଣେସୀ ଲାଲ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ରୋକିବା ପାଇଁ କୁଳାଧିପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେ ଏଥିପ୍ରତି ପଦକ୍ଷେପ ନେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିବା ସମସ୍ୟା ଗୁଡିକ ହେଲା ଓଡିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ନିଯୁକ୍ତି ଓ ପଦନ୍ନୋତି ନିୟମ ୧୯୯୧ କୁ ପ୍ରତ୍ୟାହାର କରି ସଚିବାଳୟରେ ଲାଗୁ ହେଉଥିବା ନିୟମକୁ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ପାଇଁ ସିଧା ସଳଖ ଲାଗୁ କରିବା, ସରକାରୀ କର୍ମଚାରୀଙ୍କ ପ୍ରତି ଲାଗୁ ହୋଇଥିବା କ୍ୟାଡର ରୋଲ ବିଶ୍ବବିଦ୍ୟାଳୟରେ ପ୍ରଣୟନ କରାଯିବା, ସମସ୍ତ ବିଶ୍ବବିଦ୍ୟାଳୟରେ ଜି ଆଇ ଏସ ଲାଗୁ କରିବା ଏବଂ ସମସ୍ତ ଖାଲି ପଦବୀ ପୂରଣ ଓ ପଦୋନ୍ନତି କରାଯିବା, ଅବସର ବୟସ ସୀମାକୁ ୬୦ ରୁ ୬୨ ବର୍ଷକୁ ବୃଦ୍ଧି , ଅସ୍ଥୟୀ ଓ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମସ୍ତ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ବା ବୋଡ ଅଫ ମ୍ୟାନେଜମେଣ୍ଟରେ କର୍ମଚାରୀଙ୍କୁ ସଦସ୍ୟତା ପ୍ରଦାନ ପାଇଁ ଦାବି ଜଣାଇଥିଲେ । ପ୍ରତିନିଧି ଦଳରେ ମହାସଂଘର ସଭାପତି ଶାରଦା ଚରଣ ମହାନ୍ତିଙ୍କ ସହ ରଞ୍ଜନ କୁମାର ସାମନ୍ତରାୟ, କିର୍ତି ସୁନ୍ଦର ଦାସ, ସୁରେନ୍ଦ୍ର କୁମାର ସ୍ବାଇଁ ଓ ଚିନ୍ତାମଣି ମିଶ୍ର ସାମିଲ ଥିଲେ।