ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂହ । ୱେଲିଙ୍ଗଟନ୍ର ଆର୍ମି ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଆହତ ଗ୍ରୁପ କ୍ୟାପଟେନ ବରୁଣ ହେଉଛନ୍ତି ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ । ବରୁଣ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଏକ ବଡ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ। ଗ୍ରୁପ କ୍ୟାପଟେନ୍ ବରୁଣଙ୍କୁ ଗଣତନ୍ତ୍ର ଦିବସରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା । ବିମାନଟି ଅତି ଉଚ୍ଚରେ ଉଡୁଥିବାବେଳେ ଫ୍ଲାଇଙ୍ଗ୍ କଣ୍ଟ୍ରୋଲ୍ ସିଷ୍ଟମ୍ ନଷ୍ଟ ହୋଇଯାଇଥିଲା । ମାତ୍ର ନିଜର ପାରଦର୍ଶିତା, ଅସାଧାରଣ ସାହସ, ବୁଦ୍ଧି ଯୋଗୁ ଏଲସିଏ ତେଜସ ହାଲୁକା ଲଢୁଆ ବିମାନକୁ 10 ହଜାର ଫୁଟ ଉଚ୍ଚତାରୁ ବିମାନକୁ ସୁରକ୍ଷିତ ଅବତରଣ କରିଥିବାରୁ ୱିଙ୍ଗ୍ କମାଣ୍ଡରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା | ବରୁଣଙ୍କ ବିମାନ ଅବତରଣର ଫର୍ମୂଲା ଅନ୍ୟ ପାଇଲଟଙ୍କ ଲାଗି ବି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା ।ବରୁଣ ସିଂ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ତହସିଲର କାନହୋଲି ଗାଁର। କାନହୋଲି ଗାଁର ବାସିନ୍ଦା ୱିଙ୍ଗ କମାଣ୍ଡର ବରୁଣ ସିଂ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଅଖିଳେଶ ପ୍ରତାପ ସିଂଙ୍କ ଭଣଜା। ତାଙ୍କ ପିତା କର୍ଣ୍ଣେଲ କେ.ପି ସିଂ ମଧ୍ୟ ସେନାରୁ ଅବସର ନେଇଛନ୍ତି।