କପିଳାସ ଅଭୟାରଣ୍ୟରୁ ଜଙ୍ଗଲଜାତ ଦ୍ରବ୍ୟ ଲୁଟ ହେବାରେ ଲାଗିଛି l ମାଫିଆମାନେ ଅଭୟାରଣ୍ୟରୁ ବହୁ ମୂଲ୍ୟବାନ ଓଷଧୀୟ ଗଛ ଓ ଚେର ଲୁଟି ନେଉଛନ୍ତି l ଢେଙ୍କାନାଳ ଗଂଦିଆ ବନାଞ୍ଚଳ ଅଧୀନରେ ଥିବା କପିଳାଶ ଅଭୟାରଣ୍ୟ ଭିତରୁ ବହୁ ମୂଲ୍ୟବାନ ଗଛ କାଟି ଚୋରାଚାଲାଣ କରୁଛନ୍ତି l ସୋମବାର ଜଙ୍ଗଲଜାତ ଓଷଧୀୟ ଗଛ ଓ ଚେର ଲୁଟ କରିବା ଅଭିଯୋଗରେ କପିଳାଶ ବନବିଭାଗ କର୍ମଚାରୀ 2 ଜଣଙ୍କୁ କାବୁ କରିଛନ୍ତି l ସେମାନଙ୍କ ନିକଟରୁ ଜଙ୍ଗଲୀ ଓଷଧୀୟ ବୃକ୍ଷ ବୁଲବୋଫିଲମ କ୍ରlସୀ ପେସ (0.8)କେଜି ଏବଂ ପଥର ଗ୍ରିଦ୍ୱିନ ଓ (ଡ୍ରାଇନାରିଆ କୁରେସି ଫୋଲିଆ )91.9କେଜି ଜବତ କରିଛିl ଚୋରାଚାଲାଣରେ ବ୍ୟବହୃତ ଧଳା ରଙ୍ଗର ବୋଲୋରକୁ କପିଳlଶ ଫାଟକ ନିକଟରୁ ଜବତ କରିଛି ବନ ବିଭାଗ l ସୂଚନା ଅନୁଯାଇ, ଅନୁଗୁଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଣିଗୋଡା ଅଞ୍ଚଳ ବାସିନ୍ଦା ମନୋଜ ସିଂହଙ୍କ ପୁଅ ଲିପୁନ ସିଂହ ଓ ଅନୁଗୁଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରନ୍ତଲେଇ ବାସିନ୍ଦା ଶୁକଦେବ ସାହୁଙ୍କ ପୁଅ ସୁବ୍ରତ ସାହୁ( 26) ଉକ୍ତ ବନାଞ୍ଚଳ ଭିତରେ ପଶି ଓଷଧୀୟ ଗଛ ଓ ଚେର ସଂଗ୍ରହ କରୁଥିଲେ l ଖବରପାଇ କପିଳାଶ ବନବିଭାଗ କର୍ମଚାରୀ ଅଚାନକ ଚଢ଼ାଉ କରି ଦୃବୁତମାନଙ୍କୁ କାବୁ କରିଛି l ବନ ବିଭାଗ ତରଫରୁ ଏ ନେଇ କେଶ ନ 50କେ /2021-22 ଅନୁଯାଇ ମାମଲା ରୁଜୁ କରାଯାଇଛି l ଅଭିଯୁକ୍ତ 2 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି l