ବୁର୍ଲା ଭିମସାରରେ ପ୍ରବେଶ କରିଛି ଡେଲଟା ଭାରିଆଣ୍ଟ । ଜେନମ ସିକ୍ବେନ୍ସିଂ ରିପୋର୍ଟ ଆସିବା ପରେ ୧୨ ଜଣଙ୍କଠି ଡେ଼ଲ୍ଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ୨ଜଣଙ୍କର ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଆଉ 10 ଜଣଙ୍କର ମାଇଲଡ଼ ଡେ଼ଲ୍ଟା ଭାରିଆଣ୍ଟ ରହିଥିବାର ସୂଚନା ଦେଇଛନ୍ତି ଭୀମସାର ଡିନ ପ୍ରଫେସର ଜୟଶ୍ରୀ ଦୋରା। ପୂର୍ବରୁ ୫୬ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୯ ତାରିଖରେ ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ଜେନମ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କର ଅବସ୍ଥା ସ୍ଥିର ରହିଛି। ସମସ୍ତେ ସମ୍ପୂର୍ଣ ସୁସ୍ଥ ରହିଥିବା ସୂଚନା ମିଳିଛି ।
ବର୍ତ୍ତମାନ ଯେଉଁଭଳି ଭାବେ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି, ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ କୋଭିଡ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ସିକ୍ବେନ୍ସିଂ ପରୀକ୍ଷା ପାଇଁ ଆଇଏଲଏସ ପଠାଯାଇଥିଲା । ଅନ୍ୟପକ୍ଷରେ ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି। ସେ କହିଛନ୍ତି, ରାଜ୍ୟରୁ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୂନା। କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣା ପଡ଼ିବ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି। ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ପର୍ଯ୍ୟାୟରେ ଅଛି। ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ଶତପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରାଯାଇ ପାରିବ।