18 ବର୍ଷ ହେଲା ଜଣେ ମହିଳା ଏକୁଟିଆ ଏଚଆଇଭି ରୋଗ ସହ ସଙ୍ଘର୍ଷ କରୁଛନ୍ତି l ତାଙ୍କ ପାଖରେ ନାଁ ତାଙ୍କ ସ୍ୱାମୀ ଅଛନ୍ତି, ନାଁ ପୁଅଝିଅ l ତଥାପି ସେ ବଞ୍ଚିବା ପାଇଁ ରୋଗ ସହ ସଂଗ୍ରାମ ଜାରି ରଖିଛନ୍ତି l କିନ୍ତୁ ଦୁଃଖର ବିଷୟ ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ବି ସହାୟତା ମିଳୁନି l ଏମିତି ଏକ ଦୁଃଖଦଭରା ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବଂଶ ପଞ୍ଚୟତରେ l ଏଚଆଇଭିରେ ଆକ୍ରାନ୍ତ ମହିଳା ଜଣକ ହେଲେ ଡଲିଲତା ସ୍ୱାଇଁ l ଖବର ମୁତାବକ ଡ଼ଲିଙ୍କ ବିବାହର କିଛିବର୍ଷ ପରେ ଜଣାପଡିଲା କୋଲକତାରେ ଚାକିରୀ କରୁଥିବା ସ୍ୱାମୀ ଏଚଆଇଭି ପଜେଟିଭ l ଏପରି ସ୍ଥିତିରେ ଅଜାଡି ହୋଇ ପଡିଥିଲା ଦୁଃଖର ପାହାଡ଼ ସ୍ତ୍ରୀ ଡଲିଲତାଙ୍କ ମୁଣ୍ଡରେ l ଗ୍ରାମର ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ କଟକ ବଡମେଡିକାଲକୁ ନେଇ ଡଲିଙ୍କ ସ୍ୱାମୀଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ l ସ୍ୱାମୀ ଚାକିରୀ ଛାଡି ଘରେ ରହିବା କ୍ରମେ ଡଲିଙ୍କର ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା l ଶେଷରେ ସେ ମଧ୍ୟ ଏଚଆଇଭି ପଜେଟିଭି ବୋଲି ଡାକ୍ତର ରିପୋର୍ଟ ଦେଲେ l 2003 ମସିହାରେ 10 ବର୍ଷର ଶିଶୁ କନ୍ୟାକୁ ଛାଡି ଚାଲିଗଲେ ସ୍ୱାମୀ ଆରପାରିକୁ l ବହୁ ସଂଘର୍ଷ କରି ଡଲି ତାଙ୍କର ଝିଅକୁ କୌଣସି ମତେ ବାହାଘର କରିଦେଲ l କିନ୍ତୁ ଅସହାୟ ଅବସ୍ଥାରେ ଏବେ ଡଲି l ମୁଣ୍ଡ ଗୁଞ୍ଜିବାକୁ ବି ତାଙ୍କ ପାଖରେ ଭଲ ଘର ଟିଏ ନାହିଁ l ଦୟନୀୟ ସ୍ଥିତିରେ ଭଙ୍ଗା ଚାଳ ଘରେ ଜୀବନ ବିତାଉଛନ୍ତି ଡଲି l ବର୍ଷା ବାତ୍ୟା ରେ ରହିବାକୁ ଅତି ଶୋଚନୀୟ ହେଇପଡୁଛି l ଏପରିକି ଶୌଚ ହେବାପାଇଁ ପାଇଖାନା ଟିଏ ମଧ୍ୟ୍ୟ ନାହିଁ l ଏପର୍ଯ୍ୟନ୍ତ କୌଣସି ରାଜନେତା ନା କୌଣସି ପ୍ରାଶସନିକ ଅଧିକାରୀ ସହଯୋଗର ହାତ ବଢ଼ାଇଲେ ନାହିଁ l ଏବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ନିଦ ଭାଙ୍ଗୁଛି l