ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା । ଏହି ମାମଲାରେ ୫୬ ଜଣ ହେଲେ ନିର୍ଦୋଷରେ ଖଲାସ । ପୋଲିସ ଅଭିଯୋଗ ଅନୁଯାୟୀ ସେମାନେ ଦଙ୍ଗା ସମୟରେ ହି°ସାତ୍ମକ କାର୍ଯ୍ୟରେ ଥିଲେ ଲିପ୍ତ । ହେଲେ ଅଦାଲତରେ ସମସ୍ତ ଅଭିଯୋଗ ପ୍ରମାଣ ଅଭାବରୁ ଭୁଲ ପ୍ରମାଣିତ ହୋଇଛି । ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେସ ନମ୍ବର ୧୨୨/୦୭ରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା । ଦାରିଙ୍ଗବାଡି ଦେୱଆନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ବିଚାର ଚାଲିଥିଲା । ତେବେ ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱଆନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଗଗନ ସାହୁ ଏହି ୫୬ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ ରୁ ଉର୍ଦ୍ଧ୍ବ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନଥିଲା ବୋଲି କୋର୍ଟ କହିଛନ୍ତି । ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା କେସ ଲଢ଼ୁଥିଲେ । ଏହି ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି ।