ମନ୍ତ୍ରୀ ଅଛନ୍ତି ଭିତରେ କ°ଗ୍ରେସ ଜଗିଛି ବାହାରେ । ବିଧାନସଭାରେ ଆଜି ଆରମ୍ଭ ହୋଇଥିବା ଶୀତଅଧିବେଶନର ରୂପରେଖ ଥିଲା କିଛି ଅଲଗା । ବିଧାନସଭା ଗୃହ ଭିତରକୁ ୩ ଟି ପ୍ରବେଶ ଦ୍ଵାର ମଧ୍ୟରୁ କ°ଗ୍ରେସ ବିଧାୟକ ଦଳ ତରଫରୁ ଗୋଟିଏ ଦ୍ଵାରକୁ ଚାବି ପକାଇ ଅନ୍ୟ ଦୁଇଟି ଦ୍ଵାର ସମ୍ମୁଖରେ ପ୍ଲାକାର୍ଡ ଧରି ଅବରୋଧ କରି ବସିଥିଲେ ମାତ୍ର ଏହା ପୂର୍ବରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯାଇ ବିଧାନ ସଭା ଗୃହ ମଧ୍ୟରେ ପ୍ରବେଶ କରିସାରିଥିଲେ । ଏପଟେ କ°ଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ତାରା ବାହିନୀପତି କହିଛନ୍ତି କି ଅପବିତ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପବିତ୍ର ଗୃହରେ ପ୍ରବେଶ କରାଇଦେବୁ ନାହିଁ । ଏସବୁ ଭିତରେ ଚାବି ପଡ଼ିଥିବା ଦ୍ଵାରକୁ ବିଧାନ ସଭା କର୍ମଚାରୀ ମାନଙ୍କୁ ଭାଙ୍ଗିବାକୁ ପଡ଼ିଥିଲା । ଏପଟେ କ°ଗ୍ରେସ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । ଏମିତିରେ କହିଥିଲେ ସରକାର ସେକ୍ସ୍ ଉପରେ କୋୖଣସି ଅନୁସନ୍ଧାନ ନ କରି କେବଳ ମମିତା ମେହେର ମୃତ୍ୟୁ ଉପରେ ଅନୁସନ୍ଧାନ କରୁଛନ୍ତି । ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ବୋଲି କହିଛନ୍ତି କ°ଗ୍ରେସ ବିଧାୟକ ।