ଭୁବନେଶ୍ୱର ସହାରଞ୍ଚଳ ପୋଲିସ କର୍ମଚାରୀଙ୍କ ପାଇଁ ବାସ ଗୃହ ତିଆରି ହେବ । ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୦୪ ପୁଲିସ କ୍ବାର୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି କ୍ୱାର୍ଟର ମଧ୍ୟରୁ ତିନି ଭାଗରୁ ୨ ଭାଗ କନେଷ୍ଟବଳ ଓ ମୁଖ୍ୟ କନେଷ୍ଟବଳଙ୍କୁ ମିଳିବ । ଏଥିମଧ୍ୟରୁ ଯାଁଳାରେ ୫୬ଟି ଇ-ଟାଇପ୍ କ୍ୱାର୍ଟର , ୨୮ଟି ଡି-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନରେ, ତମାଣ୍ଡୋରେ ୨୮ଟି ଇ-ଟାଇପ୍ କ୍ୱାର୍ଟର , ଏୟାରଫିଲ୍ଡ ଅଞ୍ଚଳରେ ୨୮ଟି ଇ-ଟାଇପ୍ କ୍ୱାର୍ଟର , ବଡ଼ଗଡ଼ ଥାନାରେ ୨୮ଟି ଇ-ଟାଇପ୍ କ୍ୱାର୍ଟର , ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନ୍, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ଲକ୍ଷ୍ମୀସାଗରରେ, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ବଡ଼ଗଡ଼, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟରରେ ରିଜର୍ଭ ପୋଲିସ ଲାଇନରେ ନିର୍ମାଣ ହେବ । ଏହାଛଡ଼ା ଭୁବନେଶ୍ବର ୟୁପିଟିଟିଆଇ କ୍ୟାମ୍ପସ୍ରେ ମଧ୍ୟ ୨୪୪ଟି ଏଫ୍-ଟାଇପ୍ କ୍ବାର୍ଟର୍ ନିର୍ମାଣ ହେବ । ଆସନ୍ତା ୫ବର୍ଷ ଧରି ଚାଲିବ ପ୍ରକଳ୍ପ କାମ । ଆସନ୍ତା ୫ବର୍ଷ ମଧ୍ୟରେ ରାଜଧାନୀରେ ଆହୁରି ଅଧିକ ଘର ନିର୍ମାଣ ସହ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ ନିର୍ମାଣ ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଏହି ପ୍ରକଳ୍ପ ହେବା ଦ୍ୱାରା ପୋଲିସ କର୍ମଚାରୀ ଘରଭଡ଼ା ଦେଇ ବାହାରେ ରହିବେ ନାହିଁ । ଡ୍ୟୁଟି ସମୟରେ ଦୂରତା କମିଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।
ଏଥିସହିତ ମୁଖ୍ୟମନ୍ତ୍ରୀ ଅନ୍ୟ 17ଟି ଶିଳ୍ପାନୁଷ୍ଠାନର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ 152 କୋଟି ଟଙ୍କା ମୂଲ୍ୟର 7ଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ସେହିଭଳି 848 କୋଟି ବ୍ୟୟ ରେ ନିର୍ମିତ ହେବାକୁ ଥିବା 10ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ 2400 ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି ।