ଦୁର୍ଗା ମନ୍ଦିରର ଅର୍ଧନିର୍ମିତ ମୁଖଶାଳା ଭାଙ୍ଗିବା ଘଟଣାକୁ ନେଇ ବ୍ୟବସାୟୀ ସଂଗଠନ ଏବଂ ଜିଲ୍ଲା ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଦୁର୍ଗା ମନ୍ଦିରର ଅର୍ଧନିର୍ମିତ ମୁଖଶାଳାକୁ ଭଂଗାଯିବା ଘଟଣାକୁ ବିରୋଧ କରି ଶତାଧିକ ବ୍ୟବସାୟୀ ଦୁର୍ଗା ମନ୍ଦିର ସମ୍ମୁଖରେ ଧାରାଣାରେ ବସିଥିଲେ । ବାଧ୍ୟ ହୋଇ ପ୍ରଶାସନକୁ ଉଚ୍ଛେଦ କାମ ବନ୍ଦ କରିବାକୁ ପଡିଥିଲା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ବଜାରରେ ଥିବା ମା ଦୁର୍ଗାଙ୍କ ମନ୍ଦିରର ଅର୍ଧନିର୍ମିତ ମୁଖଶାଳାକୁ ପ୍ରଶାସନ ପକ୍ଷରୁ ଭାଙ୍ଗିବା ନେଇ ଉଦ୍ୟମ କରାଯାଇଛି । ଆଜି ତିର୍ତୋଲ ତହସିଲଦାର ,ତିନି ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଏହାକୁ ଭାଙ୍ଗିବା ପାଁଇ ଜେସିବି ମେସିନ ଲଗାଇଥିଲେ । ଏହାକୁ ବିରୋଧ କରି ରାହାମା ବଜାର କମିଟିର ଶତାଧିକ ବ୍ୟବସାୟୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ଜନ ସାଧାରଣ ଧାରାଣାରେ ବସିଥିଲେ ।ଦୀର୍ଘ ସମୟ ଧରି ବସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ତହସିଲଦାର ଓ ସ୍ଥାନୀୟ ବିଧାୟକ ତଥା ବଜାର କମିଟିର ପ୍ରତିନିଧୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ବିଗତ ଦିନରେ ଏହି ମୁଖଶାଳା ପାଇଁ ସାଂସଦ ପାଣ୍ଠି, ବିଧାୟକଙ୍କ ପାଣ୍ଠିରୁ ଅନୁଦାନ ରାଶି ସହିତ ବଜାର କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରାୟ ଆଠ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ଏହି ମୁଖଶାଳା ନିର୍ମାଣ କରାଯାଇଛି ।ଏହା ସର୍ବ ସାଧାରଣଙ୍କ ପାଁଇ ଠାକୁରଙ୍କ ସ୍ଥାନ, ଏଥିରେ କୌଣସି ବ୍ୟକ୍ତଗତ କିମ୍ବା ବ୍ୟବସାୟୀକ ସ୍ବାର୍ଥ ନାଁହି ।ତେଣୁ ଜନ ସାଧାରଣଙ୍କ ଅନୁରୋଧକୁ ରକ୍ଷା କରି ଏହାକୁ ନ ଭାଙ୍ଗିବାକୁ ବଜାର କମିଟି ତଥା ସ୍ଥାନୀୟ ବୁଦ୍ଧିଜିବୀ ଓ ଜନ ପ୍ରତିନିଧୀମାନେ ନିବେଦନ କରିଥିଲେ । ପରେ ଏହାକୁ 7 ଦିନ ପାଁଇ ସ୍ଥଗିତ ରଖାଯାଇଛି । ମାତ୍ର ଏହି ସ୍ଥାନର ରେକର୍ଡ ସଠିକ ନ ହେଲେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।