ଆଠ ଦଫା ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଙ୍ଘ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସେମାନେ ଏହି ଆନ୍ଦୋଳନ କରିଥିଲେ । ମାତ୍ର ୨୦୦୦ ଟଙ୍କା ମାସିକ ମଜୁରୀରେ ଏମାନେ ବର୍ଷବର୍ଷ ଧରି କାମ କରି ଆସୁଛନ୍ତି । ମାସିକ ୨୦୦୦ ଟଙ୍କା ହିସାବ କଲେ ଦିନକୁ 64 ଟଙ୍କା 66 ପଇସା ପଡୁଛି । ଏଥିରେ କେମିତି ଆମେ ପରିବାର ପ୍ରତିପୋଷଣ କରିବୁ ବୋଲି ସଂଘର ସଭାପତି ପ୍ରଶ୍ନ କରିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଆମ କାମକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ନିଜର ହକ୍ ପାଇଁ ଦିର୍ଘ ୬୫ ଦିନ ହେଲା ରାଜ୍ୟ ସଂଘର କର୍ମକର୍ତା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରି ଆସୁଛୁ । କିନ୍ତୁ ସରକାର କିଛି ପଦକ୍ଷେପ ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ସମାନ କାମକୁ ସମାନ ମଜୁରୀ ଦାବି କରିବା ସହିତ ବୃହତ ପାନୀୟ ଜଳ ପ୍ରକଳ୍ପ ମାନଙ୍କରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି କର୍ମଚାରୀମାନେ । ଏମାନଙ୍କର ଦାବି ପୂରଣ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆନ୍ଦୋଳନକୁ ଅଧିକ ତିବ୍ରତର କରାଯିବ ସହ ସମସ୍ତ ଗ୍ରାମୀଣ ପାଣି ପମ୍ପ ଗୁଡିକୁ ନ ଚଲାଇ ପିଇବା ପାଣି ଯୋଗାଣକୁ ବନ୍ଦ କରିଦେବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି ।