ମହାମାରୀ କରୋନା ଅଧିକାଂଶଙ୍କ ପାଇଁ କାଳ ହୋଇଛି । ଅନେକ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି । ବହୁ ଲୋକ ସେମାନଙ୍କ ଚାକିରୀ ହରାଇ ବିରୋଜଗାର ହୋଇଛନ୍ତି । ଏବେ କøଣସି ବିଭାଗରେ ଯଦି ଛୋଟ ପଦବୀ ପାଇଁ ନିଯୁକ୍ତି ବାହାରୁଛି ସେଠାରେ ବହୁସଂଖ୍ୟାରେ ଆଶାୟୀଙ୍କ ଭିଡ଼ ଜମୁଛି । ବେରୋଜଗାରର ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ବନସାକଣ୍ଠା ଜିଲ୍ଲାରେ । ପାଲନପୁର ଅଞ୍ଚଳରେ ଗ୍ରାମରକ୍ଷୀ ପଦ ପାଇଁ ବାହାରିଥିଲା ୬୦୦ ନିଯୁକ୍ତି ।ଏଥିରେ ଚାକିରି ଆଦେନ କରିବା ପାଇଁ ହଜାର ହଜାର ପ୍ରାର୍ଥୀ ପହଞ୍ଚି ଯାଇଥିଲେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ନିକଟରେ । ଏହି ଭିଡ଼ରେ ନା ଥିଲା ସାମାଜିକ ଦୂରତା, ନାଁ କାହା ମୁହଁରେ ଥିଲା ମାସ୍କ । କିଏ ଆଗେ ଚାକିରି ପାଇଁ ଆଦେନ କରିବ ସେ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ।
ଏହି ଜନସମୁଦ୍ରକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍କୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହା ପରେ ପୋଲିସ ଷ୍ଟେସନରେ ଜଣ ଜଣ କରି ପ୍ରାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଫଳରେ ବହୁତ ସମୟ ଲାଗି ଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଗ୍ରାମରକ୍ଷା ଦଳ ପଦ ପାଇଁ ବିଜ୍ଞାପନ ଦିଆଯାଇଥିଲା । ଏହି ବିଜ୍ଞାପନ ଅନୁସାରେ ପଞ୍ଚମ ଶ୍ରେଣୀରୁ କମ୍ ପାଠପଢିଥିବା ଯୁବକମାନେ ଚାକିରୀ ପାଇଁ ଆଦେନ କରିପାରିବେ । ଏଥିପାଇଁ ଶାରୀରିକ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ । ପ୍ରତ୍ୟେକ ପ୍ରାର୍ଥୀ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଯାଇ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବାକୁ କୁହାଯାଇଥିଲା ।