ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପକ୍ଷରୁ ଆଜି ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗାଁରେ ଜନ ଶୁଣାଣି ଅନୁଷ୍ଠିତ ହୋଇଛି | ଏହି ବୈଠକରେ ଗ୍ରାମବାସୀମାନେ ସେମାନଙ୍କର ଦାବି ରଖିବା ସହିତ ଜିନ୍ଦଲ କତ୍ତୃପକ୍ଷ ସେମାନଙ୍କର ପ୍ରତିଶୃତି ରଖିଥିଲେ | ଜେଏସ ଡବ୍ଲୁ ପ୍ରକଳ୍ପକୁ ନେଇ ଆଜି ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗାଁ ମା ମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ଏହି ଜନ ଶୁଣାଣିରେ ଜଗତସିଂହପୁର ଜିଲ୍ଲାପାଳ,ଏସ ପି, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସହିତ ଏରସମା ବ୍ଲକ ଅଧିକାରୀ ଓ ଜିନ୍ଦଲ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ପୋସ୍କୋ କମ୍ପାନୀକୁ ବୀରୋଧ କରାଯାଇଥିବାରୁ କମ୍ପାନୀ ଫେରି ଯାଇଥିଲା | ଏବେ ସେହି ଅଞ୍ଚଳରେ ଜିନ୍ଦଲ ଷ୍ଟିଲ କମ୍ପାନୀକୁ ସ୍ଥାନୀୟ କିଛି ଲୋକେ ବିରୋଧ କରିଥିବା ବେଳେ କେତେକ ଗ୍ରାମବାସୀ କମ୍ପାନୀକୁ ସମର୍ଥନ କରୁଥିବାର ଦେଖା ଯାଇଛି | ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ଲୋକମାନେ ଜଙ୍ଗଲ ଜମିରେ ବସବାସ କରୁଥିବା ବେଳେ ଧାନ,ପାନ,ମୀନକୁ ନେଇ ଜିବନ ଜୀବିକା ନିର୍ବାହ କରି ଆସୁଛନ୍ତି | ତେଣୁ ଏହି ମାଟିରେ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଗ୍ରାମବାସୀ ମାନଙ୍କର ୧୧ ଦଫା ଦାବିକୁ କମ୍ପାନୀ କତ୍ତୃପକ୍ଷ ମାନିନେବା ସହ ଲିଖିତ ପ୍ରତିଶୃତି ଦେବାକୁ ଆଜିର ବୈଠକରେ ଗ୍ରାମବାସୀ ଦାବି କରିଛନ୍ତି | ଏହି ଦାବି ପୂରଣ ହେଲେ କମ୍ପାନୀ ପ୍ରତିଷ୍ଠାରେ ସେମାନେ କୌଣସି ପ୍ରତିବାଦ କରିବେ ନାହିଁ ବୋଲି କହିଛନ୍ତି | ଦୀର୍ଘ ସମୟ ଧରି ଆୟୋଜିତ ଏହି ଜନ ଶୁଣାଣୀ ରେ ଗୋବିନ୍ଦପୁର ଗାଁର ୫ଶହରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ | ଅନ୍ୟପଟେ ଗାଁ ର କିଛି ଲୋକ କମ୍ପାନୀକୁ ଘୋର ବିରୋଧ କରିଥିବା ବେଳେ ଏହି ଅଞ୍ଚଳରେ କମ୍ପାନୀ କରାଇ ଦେବେ ନାହିଁ ବୋଲି କହିଛନ୍ତି |