କରୋନାର ଏକ ନୂଆ ପ୍ରଜାତି ଓମିକ୍ରୋନ୍ ଏବେ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ାଇଛି । ଏହା ଡେଲଟା ଭାରିଏଣ୍ଟ ଠାରୁ ଆହୁରି ଘାତକ ସାବ୍ୟସ୍ତ ହେବ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) । ନୂଆ ପ୍ରଜାତିଣ୍ଟ ଓମିକ୍ରନ୍ ବହୁତ୍ ଶ୍ରୀଘ୍ର ବ୍ୟାପିବାର ସମ୍ଭାବନା ରହିଛି । ଦୁଇ ଜୋଜ୍ ଟିକା ନେଇଥିବା ବ୍ୟକ୍ତଙ୍କୁ ମଧ୍ୟ ଏହା ସଂକ୍ରମିତ ହେବାର ବିପଦ ରହଥିବାରୁ ‘ହ’ୁ ଚିନ୍ତା ପ୍ରକଟ କରିଛି । ଏହାକୁ ନେଇ ଭାରତରେ ମଧ୍ୟ ଏକ ପ୍ରକାର ଭୟ ଦେଖାଦେଇଛି । ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ କରୋନାର ବର୍ତ୍ତମାନର ସ୍ଥିତି ଏବଂ ଟିକାକରଣକୁ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ ତୃତୀୟ ଲହର ଆଶଙ୍କା ନ ଥିଲେ ମଧ୍ୟ କରୋନାର ଏହି ନୂଆ ପ୍ରଜାତିକୁ ନେଇ ଓଡ଼ିଶାବାସୀଙ୍କୁ ସତର୍କ କରାଇଛନ୍ତି ଡିଏମ୍ଇଟି ଡାକ୍ତର ରମାରମଣ ମହାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭାରିଏଣ୍ଟକୁ ଈ.୧.୧.୫୨୯ ବା ଓମିକ୍ରନ୍ ନାମରେ ନାମିତ କରିଛି । ଏହି ନୂଆ ଭାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ଏହାପରେ ଏହି ଷ୍ଟ୍ରେନ୍ ବୋଷ୍ଟନ୍, ହଂକଂ ସହ ଆଖପାଖ ଅନ୍ୟ ଦେଶରେ ମଧ୍ୟ ବ୍ୟାପି ଗଲାଣି । ଚାଲନ୍ତୁ ଜାଣିବା ଏହି ନୂଆ ଭାରିଏଣ୍ଟ କେତେ ବିପଦପୂର୍ଣ୍ଣ । ଓମିକ୍ରନ୍ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହ’ୁ ସତର୍କ କରାଇ ଦେଇଛି । ‘ହ’ୁ ଚିନ୍ତା ପ୍ରକଟ କରି କହିଛି ଯେ, ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଓମିକ୍ରନ୍ କବଳରୁ ରକ୍ଷା ପାଇପାରିବେ ନାହିଁ । ଇସ୍ରାଏଲର ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତି କରୋନାର ଦୁଇଟି ଟିକା ନେବା ସହ ତୃତୀୟ ବୁଷ୍ଟର ଡ଼ୋଜ୍ ମଧ୍ୟ ନେଇଥିଲେ । ଡେଲ୍ଟା ସହ ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ୍ ବହୁତ ଜଲଦି ବ୍ୟାପୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି । ଚାଲନ୍ତୁ ଜାଣିବା କରୋନାର ଏହି ନୂଆ ଭାରିଏଣ୍ଟ ଓମିକ୍ରନ୍ କ’ଣ ? ଜଣାଯାଇଛି ଯେ, ଓମିକ୍ରନ୍ରେ ଅନେକ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ୍ ଅଛି ଏବଂ ଏହା ବହୁତ ସଂକ୍ରାମକ । ଓମିକ୍ରନ୍ ଏକ ଗ୍ରୀକ୍ ଶବ୍ଦ । କୋଭିଡ୍-୧୯ ମହାମାରୀ ଆସିବା ପରେ ଏ ପର୍ଯ୍ୟନ୍ତ ଅନେକ ଭାରିଏଣ୍ଟ ସାମ୍ନାକୁ ଆସିଲାଣି । ବୈଜ୍ଞାନିକମାନେ ମଧ୍ୟ କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି । ଦକ୍ଷିଣ ଆଫ୍ରିକାରେ ବୈଜ୍ଞାନିକ ଜିନୋମିକ୍ସଙ୍କ କମିଟି ନିକଟରେ ଏହି ନୂଆ ଭାରିଏଣ୍ଟର ସନ୍ଧାନ କରିଛନ୍ତି । ସେମାନେ ଏହାର ନାଁ ଈ.୧.୧.୫୨୯ ରଖିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ନାଁ ଓମିକ୍ରୋନ୍ ରଖିଛି । ବିଶେଷଜ୍ଞ ଏବଂ ଡାକ୍ତରମାନଙ୍କ କହିବା ଅନୁଯାୟୀ କରୋନାର ଏହି ନୂଆ ପ୍ରଜାତି ଲୋକଙ୍କ ଇମ୍ୟୁନିଟିକୁ ଖୁବ୍ଶୀଘ୍ର କମ୍ କରିଦେଉଛି । ଆଜି ପର୍ଯ୍ୟନ୍ତ ଆସିଥିବା ସମସ୍ତ ଭାରିଏଣ୍ଟ ଠାରୁ ଏହା ସବୁଠାରୁ ମାରାତ୍ମକ । କୁହାଯାଉଛି ଦୁଇ ଡୋଜ୍ ଟିକା ସହ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ବୁଷ୍ଟର ଡୋଜ୍ ନିହାତି ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି । କାରଣ ବୁଷ୍ଟର ଡୋଜ୍ ନେଲେ ଟିକାର ପ୍ରଭାବଶାଳୀ ବହୁତ ବଢ଼ି ଯାଇଥାଏ । ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବିମାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି ।