ଭାରତରେ କେତେକ ବଡ଼ କ୍ରିପ୍ଟୋ କରେନ୍ସିକୁ ସରକାର ଅନୁମତି ଦେଇପାରନ୍ତି । ଏହା ଉପରେ ସଂସଦରେ ଖୁବଶୀଘ୍ର ବିଲ୍ ଆଗତ ହୋଇପାରେ । ଯଦି ଆପଣ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି କି ଭାରତ ସରକାର କ୍ରିପ୍ଟୋ କରେନ୍ସି ଉପରେ କ’ଣ ସବୁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ସେ ସମ୍ପର୍କରେ ଆମେ ଆଜି ସବୁ ଜଣାଇବୁ । ସୂତ୍ରରୁ ଜଣାଯାଇଛି ଭାରତ ସରକାର କ୍ରିପ୍ଟ୍ରୋ ପାଇଁ ବିବାଦରୁ ବିଶ୍ୱାସ ଭଳି କିଛି ଯୋଜନା ଆଣିପାରନ୍ତି । ଅର୍ଥାତ୍ ଏମିତି କିଛି ଯୋଜନା ପ୍ରସ୍ତୁତ କରାଯିବ ଯେମିତି ଭାରତରେ କ୍ରିପ୍ଟୋ କରେନ୍ସି ପ୍ରଚଳନକୁ ସବୁଠାରୁ ଅଧିକ ବିଶ୍ୱସନୀୟ ବିବେଚନା କରାଯିବ । ଫଳରେ ଠକାମୀର ସମ୍ଭାବନାକୁ ହ୍ରାସ କରାଯାଇପାରିବ ।
ଘରୋଇ କ୍ରିପ୍ଟୋ କରେନ୍ସି ନିଷେଧ ହୋଇପାରେ:
ଏହା ବ୍ୟତୀତ ନୂତନ ବିଲ୍ରେ କ୍ରିପ୍ଟ୍ରୋ କରେନ୍ସି ଆଧାରିତ ଟେକ୍ନୋଲୋଜିର ବିକାଶକୁ ବନ୍ଦ କରିବାର କøଣସି ପରାମର୍ଶ ରହିବ ନାହିଁ । କ୍ରିପ୍ଟୋ କରେନ୍ସିର ନିର୍ମାଣ ବ୍ଳକ୍ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ ହେବ । ଅର୍ଥାତ ସରକାର ବ୍ୟକ୍ତିଗତ କ୍ରିପ୍ଟ୍ରୋ କରେନ୍ସି ଉପରେ ନିଷେଧାଦେଶ ତ ଲଗାଇପାରିବେ କିନ୍ତୁ ଏହାର ଟେକ୍ନୋଲୋଜି ଉପରେ କୌଣସି ରୋକ୍ ଲଗାଇବାର ବିଚାର ନାହିଁ । କାରଣ ବହୁତ ନିରାପଦ ବିବେଚନା କରାଯାଉଥିବା ଟେକ୍ନୋଲୋଜିକୁ ଅନ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।
ଆରବିଆଇ ହାତରେ ରହିବ ନିୟନ୍ତ୍ରଣ:
ଯଦି କିଛି ହାତଗଣତି ଘରୋଇ କ୍ରିପ୍ଟ୍ରୋ କରେନ୍ସିକୁ ମାନ୍ୟତା ବି ଦିଆଯାଏ ତେବେ ଏହା ଉପରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂରା ନିୟନ୍ତ୍ରଣ ରହିବ । ଆରବିଆଇର ନିଷ୍ପତ୍ତିକୁ ହିଁ ଶେଷ ନିର୍ଣ୍ଣୟ ଭାବେ ବିବେଚନା କରାଯିବ । ସୂତ୍ରରୁ ଜଣାପଡ଼ିଛି, କ୍ରିପ୍ଟ୍ରୋ କରେନ୍ସି ଉପରେ ଆସୁଥିବା ବିଲ୍ରେ ସରକାରୀ, ଘରୋଇ ବା ମାନ୍ୟତାପ୍ରାପ୍ତ ଭଳି ଶବ୍ଦର ପ୍ରୟୋଗ କରାଯିବ ନାହିଁ ।
ବିଲ୍ରେ ରହିପାରେ ଏହି ବ୍ୟବସ୍ଥା:
କ୍ରିପ୍ଟ୍ରୋ କରେନ୍ସି କାହାକୁ ବିବେଚନା କରାଯିବ ସେଥିପାଇଁ ବିଲ୍ରେ ସ୍ଥିର କରାଯିବ କିଛି ମାପକାଠି । ଏହି ବିଲ୍ ଅନୁଯାୟୀ, ଯେଉଁ ମୁଦ୍ରା କ୍ରିପ୍ଟୋ ସ୍କେଲରେ ରହିବ ତାହାକୁ କ୍ରିପ୍ଟ୍ରୋ କରେନ୍ସି ବୋଲି ବିବେଚନା କରାଯିବ । ଏଭଳି ବହୁତ ସାରା କ୍ରିପ୍ଟ୍ରୋ କରେନ୍ସି ଅଛି ଯାହାର ଟେକ୍ନୋଲୋଜି ଏବଂ ବିଶ୍ୱସନୀୟତା ସମ୍ପର୍କରେ କାହାକୁ ବି କିଛି ଜଣାନାହିଁ । ତେଣୁ ଏହି ଯେଉଁ ସବୁ ସବୁ ମୁଦ୍ରା ଭରସାଯୋଗ୍ୟ ନୁହଁନ୍ତି ସେମାନଙ୍କୁ ବାଦ୍ ଦିଆଯିବ । ଯଦି ଏହା ସତ ହୋଇଥାଏ ତେବେ ଭାରତରେ କିଛି ବଡ଼ କ୍ରିପ୍ଟ୍ରୋ କରେନ୍ସିକୁ ଅନୁମତି ମିଳିପାରେ । କିନ୍ତୁ ଏହି ବିଲ୍ ସଂସଦରେ ଆଗତ ହେବ ତାପରେ ସ୍ପଷ୍ଟ ହେବ କି କେଉଁ ସବୁ କ୍ରିପ୍ଟ୍ରୋ କରେନ୍ସିକୁ ବ୍ୟତିକ୍ରମ ଭାବେ ବିବେଚନା କରାଯିବ କିମ୍ବା ସମସ୍ତ ଘରୋଇ କ୍ରିପ୍ଟ୍ରୋ କରେନ୍ସି ଉପରେ ପ୍ରତିବନ୍ଧକ ଲଗାଯିବ ।