ବଲିଉଡ୍ ଅଭିନେତା ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ। ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି। ରାଜୀବଙ୍କ ପ୍ରଶଂସକ ଓ ବଲିଉଡ୍ କଳାକାରମାନେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ୍ ସାଇଟ୍ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ୧୯୮୩ ମସିହାରେ ‘ଏକ୍ ଜାନ୍ ହୈ ହମ୍’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍ ଡେବ୍ୟୁ କରିଥିଲେ । ୧୯୮୫ ମସିହାରେ ବାପା ସୋ’ମ୍ୟାନ୍ ରାଜ୍ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ତୈରୀ ଗଙ୍ଗା ମୈଲୀ’ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହାବ୍ୟତୀତ ସେ ଆସାମ, ବୟ, ଜବର୍ଦସ୍ତ, ହମ୍ ତୋ ଚଲେ ପରଦେଶ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ୧୯୯୦ ମସିହାରେ ‘ଜିମ୍ମେଦାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ତା’ପରେ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ଥିଲେ।