ଅଭିଯୋଗ କରିବା ଏବଂ ସରକାରଙ୍କ ପାଖରେ ଦାବି ରଖିବା ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମସ୍ତ ନାଗରିକଙ୍କର ରହିଛି ଅଧିକାର । କିନ୍ତୁ ଆମେ ଆଜି ଆପଣମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ ଯେଉଁଠି ନାଗରିକଙ୍କ ଅଧିକାର କ୍ଷୁର୍ଣ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ । ଘଟଣାଟି ହେଲା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ବାଲିକୁଦା ବ୍ଲକ କମିଟି ପକ୍ଷରୁ ସାତ ଦଫା ଦାବି ନେଇ ବିଡିଓଙ୍କ ପାଖକୁ ଯାଇ ଥିଲେ । କିନ୍ତୁ ବଡ ଦୁଃଖର ବିଷୟ ବିଡିଓ ମହାଶୟ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରିବାକୁ ଆସିଲେ ନାହିଁ, କି କୌଣସି କର୍ମଚାରୀଙ୍କୁ ପଠାଇ ସେମାନଙ୍କ ଅଭିଯୋଗକୁ ଗ୍ରହଣ କଲେ ନାହିଁ । ବରଂ ଅଭିଯୋଗକାରୀଙ୍କୁ ଅଟକାଇବା ପାଇଁ ଗେଟରେ ତାଲା ବନ୍ଦ କରିଦିଆ ଗଲା । ଅଭିଯୋଗକାରୀମାନେ ଖରାରେ କିଛି ସମୟ ଛିଡା ହୋଇ ଫେରି ଆସିଲେ ।
ଚାଷୀମାନେ ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଏ ଚାକିରୀ କାହା ପାଇଁ, କେଉଁମାନଙ୍କ କାର୍ଯ୍ୟ କରିବା ଲାଗି ଆପଣ ବସିଛନ୍ତି ବିଡିଓ ପଦବୀରେ ? ତାହାର ଜବାବ ରଖିପାରିବେ କି । ଯେତେବେଳେ ସରକାର ଜନସାଧାରଣ ମାନଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରୁଛନ୍ତି, ଏବଂ କାହାର କିଛି ସମସ୍ୟା ରହିଛି ତାହାକୁ ସରକାରଙ୍କ ଦୁଷ୍ଟିକୁ ଆଣନ୍ତୁ ତାହାକୁ ତୁରନ୍ତ ସମାଧାନ କରାଯିବ ବୋଲି କହୁଛନ୍ତି । ହେଲେ ସରକାରଙ୍କ ଦୁଷ୍ଟି ଗୋଚର କରିବା ଲାଗି ସମସ୍ୟା ନେଇ ଆସିଥିବା ଅଲଇଣ୍ଡିଆ କିସାନ କ୍ଷେତ ମଜଦୁର ସଂଗଠନ ପାଖରୁ ବ୍ଲକ ପ୍ରଶାସନ କାହିଁକି ରଖିଲେନି ଦାବିପତ୍ର ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଆପଣମାନେ କାହା ଟଙ୍କାରେ ପାଉଛନ୍ତି ଦରମା, କାହା ଟଙ୍କାରେ ଚଢୁଛନ୍ତି ସରକାରୀ ଗାଡି, କାହା ଟଙ୍କାରେ ନିର୍ମାଣ କରାଯାଇଛି ଅଫିସ କାର୍ଯ୍ୟାଳୟ, ସବୁ ଏହି ଜନସାଧାରଣଙ୍କ ଟ୍ୟାକ୍ସ ଟଙ୍କାରେ ହିଁ ହୋଇଛି । ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣ ମାନଙ୍କର ଯଥେଷ୍ଟ ଭରସା ଅଛି ଯେ ଆମ ଦୁଃଖ, ଆମ ସମସ୍ୟା ସରକାରଙ୍କ ନଜରକୁ ଆସିଲେ ସମାଧାନ ହେବ, ହେଲେ ଆପଣମାନେ କଣ କରିଛନ୍ତି ଅଭିଯୋଗ କାରୀଙ୍କ ସମସ୍ୟାକୁ ସରକାରଙ୍କ ଦୁଷ୍ଟିକୁ ନେବା ପରିବର୍ତ୍ତେ ସେମାନଙ୍କ ଆଖିରେ ଲୁହ ଦେଇ ଛାଡି ଦେଲେ ବୋଲି । ଆଶା କରୁଛୁ ଆଗାମୀ ଦିନରେ ବାଲିକୁଦା ବ୍ଲକରେ ଏଭଳି ସମସ୍ୟା ଆଉ ଦେଖା ନ ଯାଉ । ଆଉ ଅଭିଯୋଗ ଆଣି ଆସୁଥିବା ପ୍ରତେକଟି ନାଗରିକଙ୍କୁ ବ୍ଲକ ପ୍ରଶାସନ ସମ୍ମାନ ଦେଇ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ପଦକ୍ଷେପ ନେବା ସହ ସରକାରଙ୍କ ଦୃଷ୍ଟିଗୋଚର କରିବାକୁ ଦାବି କରିଛି ସଂଗଠନ । ଏ ସମ୍ପର୍କରେ ବାଲିକୁଦା ବ୍ଲକ ବିଡିଓ କଲ୍ୟାଣ ସୌରଭ ଦାସଙ୍କୁ ଯୋଗାଯୋଗ ହୋଇପାରି ନାହିଁ ।