ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ । ବରଗଡ଼ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରାବତୀ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ବରପାଲି ସ୍ଥିତ ବାସଭବନ ଓ ବରଗଡ଼ ଅଫିସରେ ଏକକାଳୀନ ରେଡ୍ କରିଛି। ଚଢାଉ ବେଳେ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଏବେ ସୁଦ୍ଧା 3 ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରିଛି । ବରପାଲିରେ ଥିବା ଦୁଇଟି ପ୍ଲଟ, ଦୁଇଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରିଛି ଭିଜିଲାନ୍ସ ।