ଆଜି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଗାଡି ଉପରକୁ ବିଜେଡି କର୍ମିମାନେ ଅଣ୍ଡାମାଡ କରିଛନ୍ତି । କେନ୍ଦ୍ରାପଡା ସହରର କଲେଜଛକ ପେଟ୍ରୋଲପମ୍ପ ଓ ତିନିମୁହାଣୀ ବଜାର ମଝିରେ ଏହି ଅଣ୍ଡାମାଡ କରାଯାଇଛି । ଏହି ବାଟଦେଇ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଦୁହୁରିଆର ବିଜେପି କାର୍ଯ୍ୟାଳୟରୁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ସମୟରେ ଦୁଇଜଣ ବିଜେଡି କର୍ମି ଅଣ୍ଡାମାଡ କରିଛନ୍ତି । ଗତକାଲି କେନ୍ଦ୍ରାପଡା ଆସିଥିବା ବିଜେଡିର ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ବିଜେପି କର୍ମିମାନେ ଅଣ୍ଡାମାଡ କରିଥିବାର ଜବାବରେ ବିଜେଡି ଆଜି ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଏହି ଅଣ୍ଡାମାଡ କରିଥିବା କୁହାଯାଉଛି । ଅଣ୍ଡାମାଡ ଅଭିଯୋଗରେ ଅଭିଷେକ ସ୍ବାଇଁ ନାମକ ଜଣେ ବିଜେଡି କର୍ମିଙ୍କୁ କେନ୍ଦ୍ରାପଡା ପୋଲିସ ଧରିନେଇଛି ।