” ଜୟ ଜଗନ୍ନାଥ , ରସଗୋଲା ଆମର ” । ଜାତୀୟ ଟେଲିଭିଜନ ଚ୍ୟାନେଲର ଏକ ରିଆଲିଟି ଶୋରେ ବିଚାରପତିଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଇ ଚର୍ଚ୍ଚା ଅଛନ୍ତି ଓଡିଆ କଣ୍ଠଶିଳ୍ପୀ ସୁଶ୍ରୀ ସ୍ଥିତିପଦ୍ମା । ରସଗୋଲା ପାଇଁ ପ୍ରସିଦ୍ଧ ସାଲେପୁର ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥିତିପଦ୍ମାଙ୍କୁ ସମୂହ ସମ୍ଭର୍ଦ୍ଧନା କରାଯାଇଛି। ଏହା ସହ ସ୍ଥିତିପଦ୍ମାଙ୍କ କଣ୍ଠରୁ ସୁମଧୁର ଭଜନ ମଧ୍ୟ ଶୁଣିଛନ୍ତି ଶତାଧିକ ଦର୍ଶକ। ସାଲେପୁର ନାଗରିକ କମିଟି ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସାଲେପୁର ମଧୁ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଲେପୁର ଓ ତାର ଆଖପାଖ ଅଞ୍ଚଳର ବହୁ ଅନୁଷ୍ଠାନ ସ୍ଥିତିପଦ୍ମାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ ବିକଳା ନନ୍ଦ କର ରସଗୋଲା ପ୍ରତିଷ୍ଠାନର ମୁଖ୍ୟ ପ୍ରଶାନ୍ତ କର ଉପସ୍ଥିତ ଥିଲେ ।