ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୪ ଜଣିଆ ଟିମ୍ ଏକକାଳୀନ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳରେ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨କୋଟି ୭୦ଲକ୍ଷ ଟଙ୍କାର ସମ୍ପତି ଜବତ ହୋଇଥିବା ଭିଜିଲାନ୍ସ ଆକଳନ କରିଛି । ଗତକାଲି ଚଢ଼ାଉ ବେଳେ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିଲା । ତେବେ ତାଙ୍କ ଘରୁ ପୁରୁଣା ୫ଶହ ଟଙ୍କିଆ ନୋଟ ବିପୁଳ ପରିମାଣରେ ମିଳିଥିଲା । ଏହି ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ସାମିଲ ଥିଲେ ।