କୃଷି ଆଇନକୁ ପ୍ରଣୟନ କରିବାର ବର୍ଷ କେଇଟା ନପୁରୁଣୁରୁ ପ୍ରତ୍ୟାହାର କରିବାକୁ ପଡିଲା କେନ୍ଦ୍ର ସରକାରଙ୍କୁ । ଆଇନ ପ୍ରଣୟନ ପାଖରୁ ଆଜି ଯାଏଁ କୃଷକମାନେ ଆନ୍ଦୋଳନକୁ ନିରବଚ୍ଛିନ୍ନ ଭାବେ ଅବ୍ୟାହତ ରଖିଥିଲେ । ପ୍ରକୃତରେ କୃଷକ ଯେମିତି କୃଷିର ଉତ୍ପନ୍ନ ପାଇଁ ବର୍ଷ ତମାମ ଧୈର୍ଯ୍ୟର ସହିତ ଅପେକ୍ଷା କରି କିଛି ନ ପାଇଲେ ମଧ୍ୟ ପୁଣି ଧୈର୍ଯ୍ୟର ସହିତ କୃଷି ଆରମ୍ଭ କରିଦିଏ । ଠିକ୍ ସେହିପରି ଆଇନ ପ୍ରଣୟନ ଠାରୁ ପ୍ରତ୍ୟାହାର ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ରତ ଥିଲେ । ମାତ୍ର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଆଗରେ କ୍ଷମାପ୍ରାର୍ଥନା କରିବାକୁ ବାଧ୍ୟ ସୋଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ୩ କୃଷି ଆଇନକୁ ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛନ୍ତି । ପାଖାପାଖି ବର୍ଷେ ହେବ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ କୃଷକ
ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି । ଏହା ସହିତ ତିନି କୃଷି ଆଇନକୁ ପ୍ରତ୍ୟାହାର ସହିତ ସରକାର ଦେଶବାସୀଙ୍କୁ ଆଇନର ମହତ୍ତ୍ଵ ବିଷୟରେ ବୁଝାଇ ପାରିନଥିବାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ କ୍ଷମା ମାଗିଛନ୍ତି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ଶୀତ ଅଧିବେଶନର ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପର୍ଣ୍ଣ କରାଯିବ । ବିରୋଧକୁ ଦୃଷ୍ଟିରେ ରଖି ୩ ଆଇନକୁ ପ୍ରତ୍ୟାହାର କରାଯାଇଛି । କୃଷକମାନଙ୍କୁ ସମର୍ଥନ ଜଣାଇ କ°ଗ୍ରେସ ତାର ଖୁସିର ମତ ପ୍ରକାଶ କରିଛି । ବିଜେଡି କୃଷକ ମାନଙ୍କ ସାଙ୍ଗରେ ବୋଲି ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଚାଷୀ ମାନଙ୍କୁ ଅତି ପାଖରୁ ଦେଖିଛି । ଦେଶରେ ୧୦୦ ରୁ ୮୦ ଭାଗ କ୍ଷୁଦ୍ର ଚାଷୀ । ୧୦ କୋଟିରୁ ଊର୍ଧ୍ୱ ହେଉଛନ୍ତି କ୍ଷୁଦ୍ର ଚାଷୀ । ଚାଷୀ ମାନଙ୍କ ପାଇଁ ୨୨ କୋଟି ସଏଲ ହେଲଥ କାର୍ଡ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ଆମେ ଚାଷୀମାନଙ୍କ ସହିତ ଅଛୁ ବୋଲି କହିଛନ୍ତି ।