ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ । ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ମାର୍କରେ ଅସନ୍ତୁଷ୍ଟ ଥିଲେ, ସେହିମାନଙ୍କ ପାଇଁ ଏହି ଅଫଲାଇନ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ଫଳ ସନ୍ଧ୍ୟାରେ www. orissaresults.nic.in ୱେବସାଇଟରେ ଉପଲବ୍ଧ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି ।
ତେବେ ଚଳିତବର୍ଷ ଯୁକ୍ତ ଦୁଇରେ ଭଲ ରେଜଲ୍ଟ ହୋଇଥିବାବେଳେ କିଛି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ଖୁସି ନଥିଲେ । ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଗତ ଅକ୍ଟୋବର ମାସ ୧ ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ହୋଇଥିଲା ।