ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଘରେ ଖୁସିର ମାହୋଲ । ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ୪୬ ବର୍ଷରେ ଦୁଇ ଯମଜ ସନ୍ତାନର ମା’ ହୋଇଛନ୍ତି ପ୍ରୀତି । ଜୀବନର ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ସେୟାର କରିଛନ୍ତି। ପୋଷ୍ଟରେ ନିଜ ଦୁଇ ସନ୍ତାନଙ୍କ ନାଁ ମଧ୍ୟ ସେୟାର କରିଛନ୍ତି । ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍ ଏବଂ ଜିୟା ଜିଣ୍ଟା ଗୁଡଇନଫ୍ ରଖିଛନ୍ତି। ସରୋଗେସୀ ଜରିଆରେ ପ୍ରୀତିଙ୍କ ଦୁଇଟି ସନ୍ତାନ ହୋଇଛି। ପ୍ରୀତି ୨୦୧୬ରେ ଆମେରିକୀୟ ବୟଫ୍ରେଣ୍ଡ ଜିନ୍ ଗୁଡଇନଫଙ୍କୁ ବିବାହ କରିଥିଲେ। ପ୍ରୀତି ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସହ ତାଙ୍କ ଫଟୋ ସହିତ ଏକ ସ୍ୱତନ୍ତ୍ର ନୋଟ୍ ମଧ୍ୟ ସେୟାର କରିଛନ୍ତି । ମୁଁ ଏବଂ ଜିନ୍ ଦୁହେଁ ବହୁତ ଖୁସି ଅଛୁ । ଆମେ ଆମ ପରିବାରରେ ଦୁଇ ଶିଶୁଙ୍କୁ ସ୍ବାଗତ କରୁଛୁ ବୋଲି ନୋଟ୍ ରେ ଲେଖିଛନ୍ତି ।