ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ୪ ଜଣିଆ ଟିମ୍ ଏକକାଳୀନ ଭୁବନେଶ୍ୱରସ୍ଥିତ ବାସଭବନ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳରେ ଏହି ଚଢ଼ାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡି ଓ ଗୋଟିଏ ଦୁଇ ଚକିଆ ଗାଡି ଜବତ ହୋଇଛି । ତାଙ୍କ ନିକଟରୁ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଯାହାର ମୂଲ୍ୟ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ରହିଛନ୍ତି ।