ଲାଲବାହିନୀ କବଳରୁ ସ୍ୱାମୀଙ୍କୁ ମୁକୁଳାଇଛନ୍ତି ସ୍ତ୍ରୀ । ଇଞ୍ଜିନିୟର ସ୍ୱାମୀ ଅଜୟ ରୋଶନଙ୍କୁ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ ସ୍ତ୍ରୀ ଅର୍ପିତା। ସାଙ୍ଗରେ ୩ବର୍ଷର ଶିଶୁ ମଧ୍ୟ ଥିଲା । ତଥାପି ଭୟ ନକରି ସେ ଜଙ୍ଗଲକୁ ଯାଇ ତାଙ୍କ ସ୍ୱାମୀଙ୍କୁ ଛାଡି ଦେବାକୁ ମାଓ ସଙ୍ଗଠନକୁ ନିବେଦନ କରିଥିଲେ । ପ୍ରଜାକୋର୍ଟରେ ହାଜର ପରେ ଅଜୟଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ମାଓବାଦୀ । ଦୀର୍ଘ ୭ ଦିନ ପରେ ୫ଟି ସର୍ତ୍ତରେ ମାଓବାଦୀମାନେ ଅଜୟଙ୍କୁ ଛାଡିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଏହି ଘଟଣା ଘଟିଛି ।
ବିଜାପୁର ଜିଲ୍ଲାରେ କୁରନା ଏବଂ ମକେଲି ଠାରେ ଗ୍ରାମ୍ୟ ସଡକ ଯୋଜନାର କାମ ଦେଖିବାକୁ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଏବଂ ପିଅନ ସରଜା ଲକ୍ଷ୍ମଣ ପରିତଗିରିଙ୍କୁ ନକ୍ସଲ ମାନେ ଅପହରଣ କରିଥିଲେ।