ରାଷ୍ଟ୍ରପତି ଭବନକୁ ଜବରଦସ୍ତ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଧରା ପଡିଛନ୍ତି ଦମ୍ପତି । ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିଛି । ସୋମବାର ବିଳମ୍ବିତ ରାତିରେ ସେମାନେ କାହିଁକି ରାଷ୍ଟ୍ରପତି ଭବନକୁ ପଶିବାକୁ ଚେଷ୍ଟା କରୁଥିଲେ ତାହା ଜଣା ପଡ଼ିନାହିଁ । କେନ୍ଦ୍ରୀୟ ଏଜେନ୍ସି ଏବଂ ଦିଲ୍ଲୀ ପୋଲିସ ମଧ୍ୟ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲେ। ଦୁଇ ଜଣ ଯାକ ନିଶାରେ ଥିବା ପୋଲିସ କହିଛି ।
କଡା ସୁରକ୍ଷା ସତ୍ୱେ ସୋମବାର ରାତିରେ କିଭଳି ଜଣେ ପୁଅ ଓ ଜଣେ ଝିଅ ରାତିରେ ଗାଡିନେଇ ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ପରେ ସୁରକ୍ଷା କର୍ମୀମାନଙ୍କୁ ସତର୍କ କରିଦିଆଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷାକୁ କଡାକଡି କରାଯାଇଛି ।