ଦେଶରେ ପ୍ରଥମ ଥର ଲାଗି ଜଣେ ସମଲିଙ୍ଗୀ ହେବେ ବିଚାରପତି। ବରିଷ୍ଠ ଆଡଭୋକେଟ ସୌରଭ କ୍ରିପାଳଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ହେବେ । ସୁପ୍ରିମକୋର୍ଟ କଲେଜିୟମ ଆଡଭୋକେଟ ସୌରଭ କ୍ରିପାଳଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି । ପ୍ରଧାନ ବିଚାରପତି ଏନବି ରମଣଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ସୌରଭଙ୍କ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ସୌରଭଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସମସ୍ତ ପ୍ରକ୍ରିୟା ଶେଷ କରିବା ସକାଶେ ଗତ ମାର୍ଚ୍ଚରେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଥିଲେ। ସୌରଭ ଖୋଲାଖୋଲି ଭାବେ ସମଲିଙ୍ଗୀ ଜୀବନକୁ ସମର୍ଥନ କରି ଆସୁଥିବାରୁ ଗତ ୪ ବର୍ଷ ହେଲା କେନ୍ଦ୍ର ଏହି ସୁପାରିଶକୁ ବିରୋଧ କରିଆସୁଛି । ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ସୌରଭଙ୍କ ପଦର୍ନତି ପାଇଁ ୨୦୧୭ରେ ତତ୍କାଳୀନ କାର୍ଯ୍ୟରତ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ନେତୃତ୍ୱରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିଲା। ଚତୁର୍ଥ ଥର ଲାଗି ସୌରଭଙ୍କ ସଂକ୍ରାନ୍ତ ନିଷ୍ପତ୍ତି ଚୂଡାନ୍ତ ଅବସ୍ଥାରେ ପହଞ୍ଚିଛି। ଏହା ସମଲିଙ୍ଗୀ ଅଧିକାର ପାଇଁ ଏକ ମାଇଲ୍ଖୁଣ୍ଟ ହୋଇଛି ।