ସମଗ୍ର ବିଶ୍ୱରେ ସବୁଠାରୁ ଅଧିକାଂଶ ଦେଶ ପୁରୁଷପ୍ରାଧାନ୍ୟ ସମାଜ । ଏହି ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କେବଳ ଘରେ ରୁହନ୍ତି ଏବଂ ଘରକାମ କରନ୍ତି । ସମାଜରେ ପୁରୁଷମାନଙ୍କୁ ଯେତିକି ସ୍ୱାଧୀନତା ମିଳିଥାଏ ମହିଳାମାନଙ୍କ ପାଇଁ ସେତେ ନ ଥାଏ । କିନ୍ତୁ ଏଭଳି ଏକ ଦେଶ ରହିଛି ଇଷ୍ଟୋନିଆ । ଏଠାରେ ଥିବା ଏକ ଆଇଲ୍ୟାଣ୍ଡରେ କେବଳ ମହିଳାମାନେ ସରକାର ଚଲାଇଥାନ୍ତି । ଖାଲି ଦ୍ୱୀପକୁ ଶାସନ କରି ନ ଥାନ୍ତି ମହିଳାମାନେ ଲୋକଙ୍କ ଅନ୍ତିମସଂସ୍କାର କାମ ବି ନିଜେ କରିଥାନ୍ତି । ଆମେ ଆଜି ଇଷ୍ଟୋନିଆର ଏକ ଦ୍ୱୀପ ବିଷୟରେ କହୁଛୁ । ଏହି ଦ୍ୱୀପର ନାମ କିହ୍ନୁ । ଏହି ଦ୍ୱୀପ ବାକି ସବୁ ଦ୍ୱୀପଠାରୁ ପୂରା ଅଲଗା । କାରଣ ଏଠାରେ ୯୦ ପ୍ରତିଶତ ମହିଳା ବାସ କରନ୍ତି ।
ଏହି ଦ୍ୱୀପର ସବୁଠାରୁ ମଜାଦାର କଥା ହେଲା ପୂରା ଦେଶର ଦାୟିତ୍ୱ ଏହି ମହିଳାମାନେ ତୁଲାଇ ଥାନ୍ତି । ତେଣୁ ସମଗ୍ର ବିଶ୍ୱରେ ଏହା ମହିଳାମାନଙ୍କ ଦ୍ୱୀପ ଭାବେ ଜଣାଶୁଣା । ୟୁନେସ୍କୋ ତାର ଇଣ୍ଟେନଜିବଲ କଲଚର ହେରିଟେଜ୍ ତାଲିକାରେ ମଧ୍ୟ ଏହି ଦ୍ୱୀପକୁ ସ୍ଥାନ ଦେଇଛି । ଏହି ଦ୍ୱୀପରେ ପ୍ରାୟ ୩୦୦ ଲୋକ ବାସ କରନ୍ତି । ଚାକିରୀ ପାଇଁ ଦ୍ୱୀପରେ ରହୁଥିବା ପୁରୁଷମାନେ ଇଷ୍ଟୋନିଆରେ ରହୁଛନ୍ତି । କିନ୍ତୁ ମହିଳାମାନେ ଏଭଳି ଏହି ଦ୍ୱୀପକୁ ଚଲାଉଛନ୍ତି ଯାହା ସମଗ୍ର ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ଏହି ମହିଳାମାନେ ସେମାନଙ୍କ ସ୍ୱାମୀମାନଙ୍କ ରୋଜଗାର ଉପରେ ନିର୍ଭର କରୁନାହାନ୍ତି ବରଂ ନିଜେ କୁଟୀର ଶିଳ୍ପ କରି ପଇସା ରୋଜଗାର କରୁଛନ୍ତି ଏବଂ ନିଜ ଖର୍ଚ୍ଚ ନିଜେ ଉଠାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ପୂର୍ବରୁ କଳାପାଣି ସଜ୍ଜା ଭୋଗୁଥିବା କଏଦୀଙ୍କୁ ଏହି ଦ୍ୱୀପରେ ରଖାଯାଉଥିଲା । ଏହାବ୍ୟତୀତ ସୋଭିଏତ୍ ସଂଘ ଏହି ଦ୍ୱୀପକୁ ପ୍ରାୟ ୫୦ ବର୍ଷ କବ୍ଜାରେ ରଖିଥିଲା ।