ଗାୟକ ଆଦନାନ୍ ସମ୍ମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଦନାନ୍ଙ୍କୁ ଭାରତର ଏହି ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି । ଭାରତ ସରକାରଙ୍କ ଏହି ସର୍ବୋଚ୍ଚ ସମ୍ମାନ ଆଦନାନ୍ଙ୍କୁ ଦିଆଯାଇଥିବାରୁ ପାକିସ୍ତାନର ମୁଣ୍ଡ ଲଜ୍ୟାରେ ତଳକୁ ନଇଁ ଯାଇଛି । ପାକିସ୍ତାନ ଏବେ ଇର୍ଷାପରାୟଣ ହୋଇପଡ଼ିଛି ।
ଆପଣ ଜାଣିଥିବେ ଆଦନାନ୍ଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । ପାକିସ୍ତାନରେ ବି ସେ ତାଙ୍କ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ସେଠାରେ ସେ ବହୁତ ଫେମସ୍ ଥିଲେ । ପ୍ରଖ୍ୟାତ ସଙ୍ଗୀତକାର ସମ୍ମି ଖାନ୍ଙ୍କ ପୁଅ ଥିଲେ ଆଦନାନ । ପରେ ସେ ପାକିସ୍ତାନକୁ ଛାଡି ଭାରତ ପଳାଇ ଆସିଥିଲେ । ଭାରତରେ କେବଳ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ନୁହେଁ ଫିଲ୍ମ ଇଣ୍ଡଷ୍ଟି ପାଇଁ ମଧ୍ୟ କାମ କରିଥିଲେ । ଭାରତୀୟ ନାଗରିକତା ପାଇଁ ସେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିଲା । ଆଦନାନ୍ ଏହି ପୁରସ୍କାର ପାଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ମୋ ପାଇଁ ସବୁଠାରୁ ଗୌରବର କଥା । ଭାରତୀୟମାନେ ମତେ ଯେଉଁ ଭଲପାଇବା ଦେଇଛନ୍ତି ସେଥିପାଇଁ ମୁଁ ସବୁବେଳେ ସେମାନଙ୍କ ନିକଟରେ କୃତଜ୍ଞ ରହିବି । ତେବେ ଏ ସମ୍ପର୍କରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ୍ କହିଛନ୍ତି ଆମେ ଭାରତୀୟ ହେଉଛୁ ବଡ଼ ଦିଲୱାଲା ଲୋକ । ଆମକୁ ଯିଏ ଛାଡିକି ଯାଉଛି ଆମେ ତାକୁ ମଧ୍ୟ ପ୍ରଂଶସା କରୁଛୁ । ସେ କହିଛନ୍ତି ଏଇଟା ହେଉଛି ନିଜ ନିଜର ବିଚାର । ଆଦନାନ୍ ସମ୍ମି ପାକିସ୍ତାନରେ ମଧ୍ୟ ବହୁତ ପ୍ରସିଦ୍ଧ ଥିଲେ କିନ୍ତୁ ପାକିସ୍ତାନ ବୋଧ ହୁଏ ଏହି ଇଜ୍ଜତ ନେବାକୁ ଚାହୁଁ ନ ଥିଲା । ଆଦନାନ୍ଙ୍କ ପାକିସ୍ତାନ ଛାଡିବା ହେଉଛି ନିଜସ୍ୱ ବିଚାର । ତେଣୁ ଯେହେତୁ ସେ ଭାରତ ନାଗରିକତ୍ୱ ଗ୍ରହଣ କରିସାରିଛନ୍ତି ତେଣୁ ପଦ୍ମଶ୍ରୀ ସମ୍ମାନର ହକ୍ଦାର ହେବା ମଧ୍ୟ ଯୁକ୍ତିଯୁକ୍ତ ।