ଭୁବନେଶ୍ୱର: ଆଜି ରବିବାର ସ୍କୁଲରେ କେମିତି ଚାଲିଛି ପାଠପଢା ତାହାର ଅନୁଧ୍ୟାନ କରିବାକୁ ଅଚାନକ ପହଞ୍ଚିଲେ ସମୀର ଦାଶ। ବାଣୀବିହାର ୟୁନିଭରସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରବିବାର ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଛି, ସେଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେହିପରି ଆସନ୍ତାକାଲି ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବାର ବ୍ୟବସ୍ଥା ସମୀକ୍ଷା ବି କରିଛନ୍ତି। ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ସ୍କୁଲ ଖୋଲିବ । ହୁଏତ ରବିବାର ଶିକ୍ଷାଦାନ ଯୋଗୁଁ ଚାପରେ ପଡୁଛନ୍ତି ଶିକ୍ଷକ, ସେମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ୧୦୦ ଦିନିଆ ପାଠ୍ୟକ୍ରମ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି।ସୂଚନାନୁସାରେ, ରବିବାର ଛୁଟି ହୋଇଥିବାବେଳେ ଯେହେତୁ କରୋନା ମହାମାରୀ ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପଡିଥିଲା । ତେବେ ରାଜ୍ୟରେ ସ୍ଥିତି ସୁଧୁରିବାରେ ଲାଗିଛି ।