ଶିଶୁର ପୁଣି ଲାଞ୍ଜ ଅଛି । ଏହା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ହଁ ସତରେ ବ୍ରାଜିଲରେ ଏମିତି ଏକ ଶିଶୁ ଜନ୍ମ ହୋଇଛି ଯାହାର ଅଣ୍ଟା ତଳକୁ ଲାଞ୍ଜ ରହିଛି । ଏହି ଲାଞ୍ଜର ଲମ୍ବା ହେଲା୧୨ ସେଣ୍ଟିମିଟର । ବୈଜ୍ଞାନିକମାନେ ଏହାକୁ ପ୍ରକୃତ ‘ମଣିଷ ଲାଞ୍ଜ’ ବୋଲି କହୁଛନ୍ତି । ଏହି ଶିଶୁର ଫଟୋ ଏବେ ଭାରତର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କେତେକେ ଲୋକ ଏହାକୁ ହନୁମାନଙ୍କ ଅବତାର ବୋଲି ମଧ୍ୟ କହିବା ଆରମ୍ଭ କରିଦେଇଛନ୍ତି । ଶିଶୁଟି ସାଧାରଣ ଶିଶୁ ଭାବେ ଦେଖା ଯାଉଥିବାବେଳେ କେବେଳ ତାର ଅଣ୍ଟା ତଳକୁ ଏକ ଲାଞ୍ଜ ରହିଛି । ଏହି ଲାଞ୍ଜର ଶେଷ ଆଡକୁ ୪ ସେଣ୍ଟିମିଟର ବଡ଼ ମାଂସ ମଧ୍ୟ ଯୋଡି ହୋଇ ରହିଛି । ୩୫ ସପ୍ତାହରେ ଶିଶୁଟି ଜନ୍ମ ହୋଇଥିବା ବେଳେ ତାର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପୂୂରା ଠିକ୍ ଅଛି । ଜନ୍ମ ପରେ ଯେତେବେଳେ ଡାକ୍ତର ଶିଶୁକୁ ଦେଖିଲେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଶୁଟି ବ୍ରାଜିଲର ଅଲବର୍ଟ ସାବିନ୍ ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଥିଲା । ଡାକ୍ତରମାନେ କିଛି ଦିନ ଶିଶୁକୁ ଅବଜରଭେସନରେ ରଖିବା ପରେ ଅପରେସନ୍ କରି ଏହି ଲାଞ୍ଜକୁ ହଟାଇ ଦେଇଛନ୍ତି । ଏହି ଖବର ଜର୍ଣ୍ଣାଲ ଅଫ୍ ପେଡ଼ିଆଟ୍ରିକ୍ ସର୍ଜରୀ କେସ୍ରେ ପ୍ରକାଶିତ ହୋଇଥିଲା । ଏଥିରେ ଏହି ଘଟଣାରେ ଜଡ଼ିତ ଫଟୋ ମଧ୍ୟ ସେୟାର କରାଯାଇଥିଲା । ତେବେ ଏ ସମ୍ପର୍କରେ ଡାକ୍ତର କହିଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଗର୍ଭରେ ସବୁ ଶିଶୁଙ୍କ ପଛରେ ଏକ ଲାଞ୍ଜ ଯୋଡି ହୋଇଥାଏ କିନ୍ତୁ କିଛି ଦିନ ପରେ ଏହା ଶରୀରରେ ମିଶିଯାଇଥାଏ । ତେବେ ଏହି ଲାଞ୍ଜରେ କøଣସି ହାଡ଼ ନଥିବା ଡାକ୍ତର କହିଛନ୍ତି ।