ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ବିଶ୍ୱର ଲୋକପ୍ରିୟ ନେତା ଭାବେ ସେ ଏବେ ଏକ ନମ୍ବର ସ୍ଥାନରେ ଥିବା ଦର୍ଶାଯାଇଛି। ଦ ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋଦି ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ନେତାର ମାନ୍ୟତା ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ପଛରେ ପକାଇ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ।
ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ପ୍ରମୋଦିଙ୍କୁ ସବୁଠାରୁ ଅଧିକ ୭୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିପରି ଏହି ତାଲିକାରେ ଜର୍ମାନୀ ଚାନ୍ସଲେର ଅଞ୍ଜେଲା ମର୍କେଲ୍ ୫୪ ପ୍ରତିଶତ ରେଟିଂ ପାଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସବୁଠାରୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଲୋକପ୍ରିୟ ନେତା ତାଲିକାରେ ୬ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କୁ ୪୪ ପ୍ରତିଶତ ରେଟିଂ ମେଳିଛି। ସେହିପରି ମ୍ୟାକ୍ସିକୋ ରାଷ୍ଟ୍ରପତି ଲୋପେଡ୍ ଓବ୍ରାଡୋର ୬୬ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସନ୍ ଟ୍ରୁଡୋ ୪୩ ପ୍ରତିଶତ ଭୋଟ୍ ପାଇଁ ସପ୍ତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ କୋରିଆ ନେତା ମୁନ ଜେ ଇନ୍ ଏହି ତାଲିକାରେ ନବମ ସ୍ଥାନରେ ରହିଛନ୍ତି। ଟପ୍ଟେନ୍ ତାଲିକାର ଶେଷ ସ୍ଥାନରେ ରହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଡନସନ।
ଏହି ରେଟିଂରେ ପ୍ରଧାନମନ୍ତ୍ରୀ ଟପ୍ରେ ଥିବା ନେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋୟଲ ଏକ ଆପ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମର୍ଣ୍ଣିଂ କନସଲ୍ଟ ପିଲିଟିକଲ ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ବିଶ୍ୱର ୧୩ ପ୍ରଭାବଶାଳୀ ନେତାଙ୍କର ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଭାରତ, ଅଷ୍ଟ୍ରାଲିୟା, ବ୍ରାଜିଲ, ଆମେରିକା, ବ୍ରିଟେନ୍, ଜାପାନ, ଇଟଲୀ, ମେସ୍କିକୋ, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ ଓ କାନାଡ଼ା ଭଳି ଦେଶରେ ସର୍ଭେ କରାଯାଇଥାଏ।
ଏହି ଏଜେନ୍ସି ଦେଶର ବୟସ୍କଙ୍କୁ ନେଇ ଏକ ସର୍ଭେ କରିଥାଏ। ଯାହାର ତଥ୍ୟ ଅନୁସାରେ ନେତାମାନଙ୍କର ମୂଲ୍ୟାଙ୍କନ କରାଯାଇଥାଏ। ଏହି ତାଲିକାରେ ଗତବର୍ଷ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ସ୍ଥାନ ମିଳିଥିଲା।