କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯାଇଛି । ମହାରାଷ୍ଟ୍ରର ଅହମ୍ମଦନଗର ସିଭିଲ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତେ କୋଭିଡ୍ ରୋଗୀ ଥିବା ଜଣାଯାଇଛି । ଅନ୍ୟ ୬ଜଣ ରୋଗୀ ଗୁରୁତର ଆହତ ହୋଇଛନ୍ତି । ଆଇସିୟୁରେ ଆଜି ସକାଳ ୧୧ ସମୟରେ ନିଆଁ ଲାଗିଯାଇଥିଲା । ଆଇସିୟୁରେ ୨୫ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଆହତମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଡ ରାଜନ୍ଦ୍ରେ ଭୋସଲେ କହିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ସଟସର୍କିଟ୍ ଯୋଗୁ ଏହି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ଖବରପାଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହସ୍ପିଟାଲର ଅଗ୍ନି ନିରାପତ୍ତା ଅଡିଟ୍ କରାଯାଇଥିଲା କି ନାହିଁ ତାହା ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।