ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ମନ୍ଦିର ରହିଛି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଦୁନିଆର ସବୁଠାରୁ ବଡ଼ ମନ୍ଦିର ତ ଅଛି ହେଲେ ଏଠାରେ କେହି ହିନ୍ଦୁ ନାହାନ୍ତି । ଆମେ ଆପଣଙ୍କୁ କାମ୍ବୋଡିଆ ଦେଶ ବିଷୟରେ କହୁଛୁ । ଏହି ଦେଶର ଅଙ୍କୋରସ୍ଥିତ ସିମରପି ସହରର ମିକାଙ୍ଗ ନଦୀ କୂଳରେ ରହିଛି ଦୁନିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର । ଏହି ମନ୍ଦିର ପରିସର ବହୁ ମାଇଲ ପର୍ଯ୍ୟନ୍ତ ଲମ୍ବିଛି । ଏଠାରେ ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏହି ମନ୍ଦିର ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ମାରକୀ ଭାବେ ମଧ୍ୟ ଜଣାଶୁଣା । ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା ଏହି ଦେଶର ଜାତୀୟ ପତାକାରେ ମଧ୍ୟ ଏହି ମନ୍ଦିର ଚିହ୍ନ ରହିଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ହିନ୍ଦୁମାନଙ୍କ ମନ୍ଦିର ଥିବାବେଳେ ହିନ୍ଦୁମାନେ କୁଆଡେ ଗଲେ । ଐତିହାସିକମାନଙ୍କ କହିବା ଅନୁସାରେ ଏଠାରେ ବାସ କରୁଥିବା ହିନ୍ଦୁମାନେ ଅନ୍ୟ ଧର୍ମ ଗ୍ରହଣ କରି ନେଇଥିଲେ ।
କୁହାଯାଏ ବହୁବର୍ଷ ପୂର୍ବେ କମ୍ବୋଡିଆରେ ହିନ୍ଦୁ ଲୋକେ ରହୁଥିଲେ । ଏହାର ସଂସ୍କୃତ ନାମ କମ୍ବୁଜ କିମ୍ବା କମ୍ବୋଜ ଥିଲା । ଅଙ୍କୋରର ପୁରୁଣା ନାମ ହେଲା ଯଶୋଧପୁର । ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ଶାସନ କାଳ ୧୧୧୨ରୁ ୧୧୫୩ ମଧ୍ୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଦୁନିଆର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏହା ଏକ । ୟୁନେସ୍କୋର ବିଶ୍ୱ ଐତିହ୍ୟ ମଧ୍ୟରେ ଏହା ସାମିଲ୍ ଅଛି । ଦକ୍ଷିଣ ପୂର୍ବ ଏସିଆର ଏକ ବଡ଼ ଦେଶ ଦେଉଛି କମ୍ବୋଡିଆ । ଏଠାକାର ଜନସଂଖ୍ୟା ପ୍ରାୟ ୧.୭ କୋଟି । ହିନ୍ଦୁ ଏମିତି ଏକ ଧର୍ମ ଯାହା ସବୁଠାରୁ ପୁରାତନ । ବିଶ୍ୱାସ କରାଯାଏ ୧୨ ହଜାର ବର୍ଷଠାରୁ ମଧ୍ୟ ଏହି ଧର୍ମ ପୁରୁଣା । ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜା ଏବଂ ଧ୍ୟାନର ମଧ୍ୟ ବହୁତ ମହତ୍ୱ ରହିଛି । ଏହି ସବୁଥିରୁ ପ୍ରମାଣିତ ହେଉଛି ଯେ, ବିଶ୍ୱର ବିଭିନ୍ନ ଦେଶରେ ପ୍ରଥମେ ସନାତନ ଧର୍ମ ହିଁ ଥିଲା ।