ପ୍ରଥମେ ପ୍ରେମ, ତାପରେ ଶାରୀରିକ ସଂପର୍କ, ଶେଷରେ ଧୋକା । ଯୁବତୀ ଜଣକ ବିବାହ ଜିଦ କରିବାରୁ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଛନ୍ତି ପ୍ରେମିକ । ଏ ସଂପର୍କରେ ଥାନା କିମ୍ବା ପ୍ରଶାସନର ଦ୍ୱାରସ୍ଥ ହେଲେ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଏକ ସ୍ପର୍ଶକlତର ଘଟଣା ଲୋକଲୋଚନକୁ ଆସିଛି ହିନ୍ଦୋଳ ଉପଖଣ୍ଡ ରlସୋଳ ଥାନା ଅନ୍ତର୍ଗତ କlରନ୍ଦା ସିଜୁବଣିଆ ସାହିରେ । ପ୍ରେମ ପ୍ରତାରଣା ପରେ ଥlନlରୁ ନ୍ୟାୟ ନ ପାଇ ପ୍ରେମିକା ଜଣକ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜନୈକl ଯୁବତୀଙ୍କ ସହ ସେହି ଗ୍ରାମର ସେହି ଗ୍ରାମର କଷ୍ଟୁ ପ୍ରଧାନଙ୍କ ପୁଅ ରାକେଶ ପ୍ରଧାନଙ୍କ ମଧ୍ୟରେ ଗତ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ରାକେଶ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଯୁବତୀ ଜଣକ ଖୁବଶୀଘ୍ର ବିବାହ କରିବା ପାଇଁ ଜିଦ ଧରିବାରୁ ରାକେଶ ଅମଙ୍ଗ ହେବା ସହ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରତାରିତା ଯୁବତୀ କିଛିଦିନ ତଳେ ପ୍ରେମିକଙ୍କ ଘରକୁ ଯାଇ ତାଙ୍କ ବାପା ମା ଙ୍କୁ ସବୁ କଥା କହିଥିଲେ ମଧ୍ୟ ସେମାନେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ରାକେଶ ଏଥିରେ ଉତ୍ତକ୍ଷିପ୍ତ ହୋଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ସମସ୍ତ ଅନୈତିକ ସମ୍ପର୍କର ଫଟୋ ଓ ଭିଡିଓ ଭାଇରlଲ କରିଦେବାକୁ ଧମକ ଦେଇଥିବା ଯୁବତୀ ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏ ନେଇ ଯୁବତୀ ଜଣକ ରlସୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଘଟଣାର ପ୍ରାଥମିକ ତଦନ୍ତ କରାଯାଇ ଏକ ମାମଲା ନଂ ୧୭୨,ଦଫା ୩୭୬,୪୧୯,୬୬(E), ୬୭,୬୭କ ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକରି ଘଣ୍ଟ ଘୋଡାଉ ଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ନ୍ୟାୟ ଆଶାରେ ସେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ବାବଦରେ ଅଧିକ ସୂଚନା ପାଇଁ ରାସୋଳ ଥାନା ଅଧିକାରୀଙ୍କୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରି ନ ଥିଲା।