ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ନୁହେଁ ଦୁଇ ଦୁଇଟି ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ସେନା ହସ୍ପିଟାଲରେ ହୋଇଛି ଏହି ବିସ୍ପୋରଣ । ଏହି ଘଟଣାରେ ୧୫ ଜଣ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ପାଖାପାଖି ୩୪ ଜଣ ଆହତ ହୋଇଥିବା ଜଣାପଡିଛି। ଇସଲାମିକ ଏମିରେଟ୍ ମୁଖପାତ୍ର ବିଲା କରମୀଙ୍କ ସୂଚନା ଅନୁସାରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏହି ହସ୍ପିଟାଲରେ ୪୦୦ ଟି ବେଡ଼ର ସୁବିଧା ରହିଛି। ଏହାର କିଛି ସମୟ ପରେ ହସ୍ପିଟାଲ ପାଖରେ ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ପୋରଣ ସ୍ଥାନରେ ଗୁଳିମାଡ ହୋଇଥିବା ମଧ୍ୟ ଖବର ମିଳିଛି। ତେବେ ଘଟଣା ପଛରେ ଆତଙ୍କବାଦୀ ସଂଗଠନ ISIS -Kର ହାତଥିବା କୁହାଯାଉଛି । ତାଲିବାନ ସରକାର କ୍ଷମତା ଦାଖଲ ପରେ ଆଫଗାନିସ୍ତାନିରେ ଏଭଳି ହିଂସାକାଣ୍ଡ ବଢିବାରେ ଲାଗିଛି । ଗତ ୧୫ ତାରିଖରେ କାନ୍ଦାହାରରେ ଏକ ଶିଆଶି ମସଜିଦ୍ ବିସ୍ଫୋରଣରେ ୩୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିଲେ ।