ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ଅଧିକାରୀ ଧରା ପଡିଛନ୍ତି । ଏହି ପୋଲିସ ଅଧିକାରୀ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଧୀନରେ ଥିବା ମହାବିରୋଡ଼ ଫାଣ୍ଡି ଏସଆଇ ସମରେନ୍ଦ୍ର ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଏହି ଚଢ଼ାଉ କରାଯାଇଛି । ଫାଣ୍ଡି ଓ ତାଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଢେ଼ଙ୍କାନାଳ ଓ କଟକ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ଅଫିସ, ସରକାରୀ ବାସଭବନ, ଢେଙ୍କାନାଳ ସହରରେ ଥିବା 2ଟି କୋଠା, ତାଙ୍କ ପୈତୃକ ଘର ଏବଂ ଶ୍ୱଶୁର ଘର ଉପରେ ଚଢ଼ାଉ କରି ତଦନ୍ତ କରୁଛନ୍ତି । ଗତ କିଛି ଦିନ ତଳେ କୋଟିପତି କନେଷ୍ଟବଳଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ସୋରୁମ ଓ ବହୁ ଦାମୀ ସାମଗ୍ରୀ ଜବତ କରିଥିଲା ।