କାନ୍ଥରୁ ଲିଭିନି ରାଜଶ୍ରୀଙ୍କ ବାହାଘର ଚିତା l ହେଲେ ଲିଭିଗଲା ରାଜଶ୍ରୀଙ୍କ ଜୀବନ ଦୀପ l ରାଜଶ୍ରୀଙ୍କ ମୃତ୍ୟୁ ପରେ ଚାରି ବର୍ଷର ଝିଅ ହୋଇଯାଇଛି ମା ଛେଉଣ୍ଡ l ତେବେ ରାଜଶ୍ରୀଙ୍କ ମୃତ୍ୟୁ କିପରି ହେଲା ତାହା ଏବେ ସନ୍ଦେହ ଘେରରେ ଅଛି l ରାଜଶ୍ରୀ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକଙ୍କ ତରଫରୁ ଅଭିଯୋଗ ହୋଇଛି l ଏ ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନରେ ଥିବା ଥାଇଳୋ ପଞ୍ଚାୟତରେ l ସୂଚନା ମୁତାବକ ଚାରି ବର୍ଷ ପୂର୍ବେ ଥାଇଳୋ ପଞ୍ଚାୟତ ଅରିଲୋ ଗ୍ରାମର ଯଦୁମଣି ମନ୍ତ୍ରୀଙ୍କ ପୁଅ ସଞ୍ଜୟ ମନ୍ତ୍ରୀ ଖାଲଗାଁ ପଞ୍ଚାୟତ ଶୋଭା ଗ୍ରାମର ବିଷ୍ଣୁ ଚରଣ ସ୍ୱାଇଁଙ୍କ ଝିଅ ରାଜଶ୍ରୀଙ୍କୁ ବିବାହ କରିଥିଲେ l ତାଙ୍କର ପରିବାର କହିଲେ ସଞ୍ଜୟ,ପତ୍ନୀ ରାଜଶ୍ରୀ, ମା ହେମଲତା ଏବଂ ଚାରିବର୍ଷର ଏକ ଛୋଟ ଝିଅ l ସଞ୍ଜୟ ଏକ ଦୋକାନ କରି ପରିବାର ଚଳାଉ ଥିଲେ l କିନ୍ତୁ ଅସ୍ୱାଭାବିକ ଭାବେ ରାଜଶ୍ରୀଙ୍କ ମୃତ୍ୟୁ ଘଟିଛି l ଏହି ମୃତ୍ୟୁକୁ କେତେକ ଲୋକେ ଆତ୍ମହତ୍ୟl କହୁଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟl କରାଯାଇଥିବା ଶୁଣିବାକୁ ମିଳୁଛି l ଯୌତୁକ ଦାବିକରି ରାଜଶ୍ରୀଙ୍କୁ ତାଙ୍କ ଶାଶୁ ଆଉ ସ୍ୱାମୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ରାଜଶ୍ରୀଙ୍କ ବାପା ବିଷ୍ଣୁ ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଭିତ୍ତି କରି ପୋଲିସ ରାଜଶ୍ରୀଙ୍କ ସ୍ୱାମୀ ସଞ୍ଜୟଙ୍କୁ ଥାନାରେ ଅଟକ ରଖିଛି l ଶବ ବେଵଚ୍ଛେଦ ପାଇଁ ପଠାଇ ପ୍ରକୁତ ରହସ୍ୟ ବାହାର କରିବା ଲାଗି ତଦନ୍ତ ଚଳାଇଛି ପୋଲିସ l ପୋଲିସ ତଦନ୍ତ କରି ଏହି ମୃତ୍ୟୁର ପ୍ରକୁତ ରହସ୍ୟ ଲୋକଲୋଚନକୁ ଆଣୁଚି ନାଁ କୌଣସି ଚାପରେ ପଡି ତଦନ୍ତକୁ ବାଟବଣା କରୁଛି ତାହା ଦେଖିବା ବାକି ରହିଲା l ଜଗତସିଂହପୁର ରୁ ଆଲୋକ କୁମାର ଶିଶୁ ଙ୍କ ରିପୋର୍ଟ