କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମ ପଞ୍ଚାୟତରେ ସରକାରୀ ଅନୁଦାନରେ ନିର୍ମାଣ ହେବାକୁ ଯାଉଥିବା ମିଶନ ଶକ୍ତି ଗୃହକୁ ଗ୍ରାମ ମଧ୍ୟରେ ନିର୍ମାଣ କରାନଯାଇ ଏବଂ ମିଶନ ଶକ୍ତିର ସଦସ୍ୟଙ୍କ ମତାମତ ନିଆ ନଯାଇ ଗ୍ରାମ ବାହାରେ ନିର୍ମାଣ କରାଯିବାକୁ ବ୍ଲକର କନିଷ୍ଠ ଯନ୍ତୀ ଲେଆଉଟ ଦେଇଥିବାରୁ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସାତଭାୟା ପଞ୍ଚାୟତର ମହିଳାମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମିଶନ ଶକ୍ତି ଗୃହକୁ ଗ୍ରାମ ମଧ୍ୟରେ ନିର୍ମାଣ କରାନଗଲେ ମିଶନ ଶକ୍ତିର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ମହିଳାମାନେ ପ୍ରକାଶ କରିଛନ୍ତି।