ଶତ ପ୍ରତିଶତ ଦିବ୍ୟାଙ୍ଗ , ମିଳୁନାହିଁ ସରକାରୀ ରାସନ ସାମଗ୍ରୀ ଏ ହେଉଛନ୍ତି ଦିବ୍ୟାଙ୍ଗ ନରୋତ୍ତମ ବେହେରା, ବୟସ ୩୦ ବର୍ଷ, ଘର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଫୁଲଗୋରଡ଼ା ଗ୍ରାମରେ । ବାପା ନାରାୟଣ ବେହେରା ଓ ମା’ ମିଟି ବେହେରା ଙ୍କର ଏକ ମାତ୍ର ପୁଅ ହେଉଛନ୍ତି ନରୋତ୍ତମ ବେହେରା। ନରତ୍ତମ ଜନ୍ମ ରୁ ଶତ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି। ଚାଲିବା ,ଖାଇବା, କହିବା ଓ ଦେଖିବା ରେ ନରତ୍ତୋମ ସଂପୂର୍ଣ୍ଣ ଅକ୍ଷମ। ନରତ୍ତୋମ ଶତ ପ୍ରତିଶତ ଅକ୍ଷମ ଥିବା ସରକାରୀ ପ୍ରମାଣ ପତ୍ର ବି ପାଇଛନ୍ତି, ସେଥିପାଇଁ ସରକାର ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଲେ ସତ। ମାତ୍ର ଚଳ ପ୍ରଚଳ କରିବା ପାଇଁ ହୁଇଲି ଚେୟାର ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ରାସନ କାର୍ଡ଼ ଖଣ୍ଡିଏ ଯୋଗେଇବା ପୂର୍ବରୁ ସରକାର ହାତ ଟେକି ଦେଲେ। ଦିବ୍ୟାଙ୍ଗ ନରତ୍ତୋମ ଙ୍କ ପ୍ରତି ସରକାର ଙ୍କର ଏଭଳି ଉପହାସ କୁ ସମସ୍ତେ ନା-ପସନ୍ଦ କରୁଛନ୍ତି। ନରତ୍ତୋମ ଙ୍କ ବାପା ଙ୍କର ମୃତ୍ୟୁ ପରେ ମା’ ମିଟି ବେହେରା ଏବେ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ପର ଘରେ ବାସନ ମାଜି ନିଜେ ବଞ୍ଚିବା ମୁସ୍କିଲ ହେଉଥିବା ମିଟି ବେହେରା କିଭଳି ନିଜ ଦିବ୍ୟାଙ୍ଗ ପୁଅକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବେ ତାହା ତାଙ୍କ ପାଇଁ ବଡ଼ କଷ୍ଟକର। ଏହି ଦିବ୍ୟାଙ୍ଗ ପୁଅକୁ କିଭଳି ସରକାର ଙ୍କର ମାଗଣା ରାସନ ସାମଗ୍ରୀ ମିଳି ପାରିବ ସେଥିପାଇଁ ଦିବ୍ୟାଙ୍ଗ ନରତ୍ତୋମ ର ମା’ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ ଗୁହାରି କର୍ଣ୍ଣପାତ କରୁ ନଥିବା ସେ କହିଛନ୍ତି। ଏହି ଗରିବ ନିରାଶ୍ରୟ ପରିବାର ପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ଖୁବ ଶୀଘ୍ର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ତାଙ୍କୁ ଅନ୍ତର୍ଭୁକ୍ତ କରି ଖାଦ୍ୟ ସାମଗ୍ରୀ ଯୋଗେଇ ଦିଆ ଯିବ ବୋଲି ଚିଲିକା ର ଯୋଗାଣ ନିରୀକ୍ଷକ କହିଛନ୍ତି।