ମାନବିକତା ର ସିମା ଟପିଲା ବର୍ବରତା, ଜମି ଭାଗବଣ୍ଟା ଭିତରେ ବାପା ଙ୍କ ମୃତ୍ ଶବ କୁ ନେଇ ଭାଇ ଭାଇ ଙ୍କ ଭିତରେ ଟଣାଓଟରା, ଜମିବାଡି ଭାଗବଣ୍ଟା ବିବାଦକୁ କେନ୍ଦ୍ରକରି ବାପାର ଶବକୁ ଦୁଇଦିନ ଧରି ଏଣେତେଣେ ବୁଲାଇ ବୁଲାଇ ଗତକାଲି କେନ୍ଦ୍ରାପଡା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖିଦେଲେ । ପୋଲିସର ହସ୍ତକ୍ଷେପ ପରେ ବିଳମ୍ବିତ ରାତି ପରେ ଶବ ସଂସ୍କାର କରାଗଲା । ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ବାରୁଅ ଗାଁରେ । ବାରୁଅ ଗାଁର କଣ୍ଡୁରି ଓଝାଙ୍କର ଦୁଇ ପୁଅ ଥିବା ବେଳେ ,କିଛି ଦିନ ତଳୁ ବଡ ପୁଅ ବ୍ରଜ ବାପାଙ୍କୁ ଘରୁ ଉଠାଇନେଇ ଜମିବାଡି ତାଙ୍କ ପୁଅ ଝିଅଙ୍କ ନାମରେ ବାପାଠାରୁ କରାଇ ନେଇଯାଇଥିବାର ସାନଭାଇ ଅଭିଯୋଗ କରିଛନ୍ତି । ଗତ କାଲି କଣ୍ଡୁରିଙ୍କର ମୃତ୍ୟୁ ହେବାରୁ ବାପାର ଶବକୁ ସତ୍କାର କରିବାକୁ ବାରୁଅ ଗାଁକୁ ଆଣିବାରୁ ଗାଁରେ ବାପାଙ୍କ ଶବକୁ ସତ୍କାର କରିବାକୁ ଦେଇନଥିଲା ସାନପୁଅ । ଏଣୁ ବାପାର ଶବକୁ ଏଣେତେଣେ ବୁଲାଇବୁଲାଇ ଶେଷରେ କେନ୍ଦ୍ରାପଡା ଏସ୍ ପିଙ୍କ କାର୍ଯ୍ୟାଳୟ ନିକଟରେ ରଖି ଏସପିଙ୍କୁ ଖବର ଦେଇଥିଲେ । ଘଟଣାରେ ଏସ୍ ପିଙ୍କ ହସ୍ତକ୍ଷେପ ଫଳରେ ପୋଲିସ ସହାୟତାରେ ଗତକାଲି ବିଳମ୍ବିତ ରାତିରେ ବାରୁଅ ଶ୍ମଶାନରେ ଦୁଇ ପୁଅ ମିଶି ଶବ ସତ୍କାର କରିଛନ୍ତି ।