କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ତିବ୍ର ହୋଇଛି । ଯୁକ୍ତ ୩ ଶ୍ରେଣୀରେ ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା ଦେବାକୁ ଦାବି କରି ଆଜି ଛାତ୍ରୀମାନେ ଅଧ୍ୟକ୍ଷଙ୍କୁ କଲେଜ ମଧ୍ୟରେ ରଖି ଗେଟରେ ତାଲା ପକାଇଦେଇଥିଲେ । କଲେଜରେ ଇଉନିଭରସିଟି ପରୀକ୍ଷା ଦେବାକୁ ରମାଦେବୀ ବିଶ୍ବବିଦ୍ୟାଳୟ କଲେଜକୁ ପଠାଇଥିବା ଚିଠି ସମ୍ପର୍କରେ ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ସୂଚନା ଦେବାପରେ ଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଅଫଲାଇନରେ ପରୀକ୍ଷା ନକରି ଅନଲାଇନରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ । ଛାତ୍ରୀମାନଙ୍କର ଦାବିକୁ ଅଧ୍ୟକ୍ଷ ରମାଦେବୀ ବିଶ୍ବବିଦ୍ୟାଳୟକୁ ଜଣାଇଦେଇଥିଲେ । ଏପର୍ଯ୍ୟନ୍ତ ରମାଦେବୀ ବିଶ୍ବବିଦ୍ୟାଳୟ ଅନଲାଇନ କିମ୍ବା ଅଫଲାଇନ ପରୀକ୍ଷା କରାଯିବ ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଛାତ୍ରୀମାନେ ସେମାନଙ୍କର ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି କି ଏବେ ସେମାନେ କଲେଜରେ ଅଫଲାଇନରେ ପାଠପଢୁଛନ୍ତି , କଲେଜ ଖୋଲିବା ଆଗରୁ ସେମାନଙ୍କର ୭୦ ପ୍ରତିଶତ ପାଠ୍ୟକ୍ରମ ଅନଲାଇନରେ ପଢାଯାଇଛି । ଏଣୁ ବିଶ୍ବବିଦ୍ୟାଳୟ ଏମାନଙ୍କର ପରୀକ୍ଷା ଗୁଡିକୁ ଅନଲାଇନରେ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି । କଲେଜ ଗେଟ ସମ୍ମୁଖରେ ଗୋପଛକରୁ କେନ୍ଦ୍ରାପଡା ସହର ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଛନ୍ତି ।