ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଦଳର ବିଜୟ ସୁନିଶ୍ଚିତ କରିବାକୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ଅମିତ ଶାହ
୨-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ଏକ ବୈଠକ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହୋଇଛି । ଏଥିରେ ମହିଳାଙ୍କୁ ସମ୍ମାନର ସହିତ ଆତ୍ମନିର୍ଭର କରିବା ବିଷୟରେ ଆଲୋଚନା ହୋଇଛି । ଗରିବ ମହିଳାମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ । ବଡ଼ ବଡ଼ ଶିଳ୍ପାନୁଷ୍ଠାନଗୁଡିକ ଲାଭବାନ ଦେଉଛନ୍ତି କିନ୍ତୁ ରାଜ୍ୟ ଖଦି ଭବନରେ କାର୍ଯ୍ୟଶୈଳୀ ଅନ୍ତର୍ଗତ ଯେଉଁ ମହିଳାମାନେ ନିଜ ହାତରେ ସୂତା କାଟି ଲୁଗା ବୁଣୁଛନ୍ତି ସେମାନଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ । ଆୟୋଜିତ ବୈଠକରେ ଯୋଗ ଦେଇ କହିଛନ୍ତି ଶିଳ୍ପ, MSME ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।
୩-କଳାହାଣ୍ଡି ମହାଲିଙ୍ଗର 2ଟି ଶିକ୍ଷାନୁଷ୍ଠାନ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଜିଲ୍ଲା ଏସପିଙ୍କୁ ନୋଟିସ ଜାରି କରିଛି OSCPCR । ନିଜ ଆଡୁ ମାମଲା ରୁଜୁ କରି ନୋଟିସ କଲା OSCPCR । 7 ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି OSCPCR ।
୪-ଧରା ପଡ଼ିଲା ନକଲି ଆରଟିଓ । ନିଜକୁ RTO ଅଫିସର ପରିଚୟ ଦେଇ ବିଭିନ୍ନ ଗାଡିରୁ ଅର୍ଥ ବସୁଲି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ । ଗିରଫ ନକଲି RTOଙ୍କ ନାଁ ବିକ୍ରମ ବେହେରା
୫-ବଦଳିବ କଲେଜର କଳେବର । ‘ମୋ କଲେଜ’ ଅଭିଯାନରେ ନୂଆ ରୂପ ପାଇବ କଲେଜ ଭିତ୍ତିଭୂମି । ପ୍ରଥମ ପର୍ଯ୍ୟାୟରେ ୧୨ ଟି କଲେଜ ଓ ୨ଟି ବିଶ୍ବବିଦ୍ୟାଳୟର ହେବ ରୂପାନ୍ତିକରଣ କାର୍ଯ୍ୟ
୬-ଲଖିମପୁର ଖେରୀ ହିଂସାକାଣ୍ଡରେ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ । ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତରେ ଗଠିତ ଖଣ୍ଡପୀଠ
୭-ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୪୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
୮-ଆସୁଛି ଆଉ ଏକ ଲଘୁଚାପ । ୨୮ରୁ ୩ଦିନ ବର୍ଷା । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ଦେଢ଼କିମି କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟଲଘୁଚାପ ରୂପନେବାର ର ସମ୍ଭାବନା ରହିଛି ।
୯-ଆଜି ପୁଣି ବମ୍ବେ ହାଇକୋର୍ଟରେ ଆର୍ୟନ ଖାନ୍ଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଆଜି ୨.୩୦ଟା ବେଳେ ପୁଣି ଶୁଣାଣି ହେବ । ଗତକାଲି ଶୁଣାଣି ସମୟରେ ଆର୍ୟନଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଏହି ମାମଲା ଲଢ଼ିଥିଲେ।
୧୦- ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ବି ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି ବାବର ବାହିନୀ । ଗ୍ରୁପ-ବିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ଧରାଶୟୀ କରିଥିଲା ପାକ ଦଳ । 2ଟି ମ୍ୟାଚରୁ ୪ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ-୨ ଶୀର୍ଷ ସ୍ଥାନ ଦଖଲ କରିଛି